ଭୁବନେଶ୍ୱର: ଜିଓ-ଫାଇବର୍ ପକ୍ଷରୁ ଉପଭୋକ୍ତାଙ୍କ ପାଇଁ ପ୍ରସିଦ୍ଧ ଲାୟନ୍ସଗେଟ୍ ପ୍ଲେର ହଲିଉଡ୍ ସେଗ୍ମେଣ୍ଟରେ ଥିବା ବିଭିନ୍ନ ବର୍ଗ ଓ ବିବିଧ ଭାଷାର ପ୍ରିମିୟମ୍ କଣ୍ଟେଣ୍ଟ ସମ୍ବଳିତ ସମ୍ପୂର୍ଣ୍ଣ ଲାଇବ୍ରେରି ସ୍ୱତନ୍ତ୍ର ଭାବରେ ନିଶୁଳ୍କ ଉପଲବ୍ଧ କରାଯାଇଛି।
ଜିଓ-ଫାଇବରର ସିଲ୍ଭର ଓ ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ରେ ଲାୟନ୍ସଗେଟ୍ ପ୍ଲେର ବିଷୟବସ୍ତୁ ନିଶୁଳ୍କ ଭାବେ ଉପଲବ୍ଧ ହେବ। ଆଜି ଠାରୁ, ଜିଓ-ଫାଇବରର ବ୍ୟବହାରକାରୀମାନେ ଷ୍ଟାରଜ୍ ଅରିଜିନାଲ୍ ସିରିଜ୍, ଫାଷ୍ଟ୍-ରନ୍ ମୁଭିଜ୍ ଓ ଅନ୍ୟାନ୍ୟ ଲୋକପ୍ରିୟ କାର୍ଯ୍ୟକ୍ରମ ସମେତ ୭୫୦୦ରୁ ଅଧିକ ନିର୍ଦ୍ଦିଷ୍ଟ ପ୍ରକାରର ପ୍ରିମିୟମ୍ ଟେଲିଭିଜନ ଅଧ୍ୟାୟ ଓ ଫିଚର୍ ଫିଲ୍ମ (ସିନେମା) ଦେଖିପାରିବେ।
/sambad/media/post_attachments/wp-content/uploads/2020/07/JioFiber.jpg)
ଲାୟନ୍ସଗେଟ୍ ପ୍ଲେ ସମ୍ଭାରରେ ରହିଛି ଭୂତ, କମେଡି, ନାଟକ, ଆକ୍ସନ, ରୋମାଂଚ ଓ ପ୍ରାମାଣିକ ଚଳଚ୍ଚିତ୍ର ସହିତ ଅନ୍ୟାନ୍ୟ ବର୍ଗର ସିନେମାର ବ୍ୟାପକ ଓ ବିବିଧତା ଭରା ଭଣ୍ଡାର।
ଇଂରାଜି ଭାଷା ବ୍ୟତୀତ ଆଂଚଳିକ ଭାଷାରେ ସିନେମା ଦେଖିବାକୁ ପସନ୍ଦ କରୁଥିବା ଲୋକମାନେ ଲାୟନ୍ସଗେଟ୍ ପ୍ଲେର ବ୍ଲକବଷ୍ଟର ସିନେମାଗୁଡ଼ିକୁ ହିନ୍ଦୀ, ମରାଠି, ତାମିଲ, ତେଲୁଗୁ, କନ୍ନଡ଼ ଓ ଭୋଜପୁରୀ ଭାଷାରେ ମଧ୍ୟ ଦେଖିପାରିବେ। ଏହି ନିଶୁଳ୍କ ସୁବିଧା ଜିଓ-ଫାଇବର୍ ସିଲଭର୍ର ଏକାଧିକ-ମାସ କିମ୍ବା ତା’ଠାରୁ ଅଧିକ ମୂଲ୍ୟର ଯୋଜନାରେ ଉଭୟ ନୂଆ ଓ ପୁରୁଣା ଜିଓ -ଫାଇବର ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇଛି।
ଜିଓ-ଫାଇବର୍ ବ୍ୟବହାରକାରୀମାନେ ସେମାନଙ୍କ ଜିଓ ସେଟ୍ ଟପ୍ ବକ୍ସରେ ଜିଓ ଟିଭି+ ଆପ୍ରେ ଲାୟନ୍ସଗେଟ୍ ପ୍ଲେର ବିଷୟବସ୍ତୁ (କନଟେଂଟ୍) ପାଇପାରିବେ। ସେମାନଙ୍କୁ ଅଲଗା ଭାବେ ଆପ୍ରେ ଲଗ୍ ଇନ୍ କିମ୍ବା ଡାଉନ୍ଲୋଡ୍ କରିବାର ଆବଶ୍ୟକତା ନାହିଁ।
/sambad/media/post_attachments/wp-content/uploads/2020/07/JioFiber1.jpg)
ଗୋଲ୍ଡ ପ୍ଲାନ୍ରେ ଜିଓ ଫାଇବର ପକ୍ଷରୁ ବ୍ୟାପକ ପ୍ରକାରର ସେବା ପ୍ରଦାନ କରାଯାଉଛି। ଅଧିକ ପ୍ରିମିୟମ୍ କନ୍ଟେଂଟ୍ ଦେଖିବାକୁ ଚାହୁଥିବା ଜିଓ-ଫାଇବର ବ୍ୟବହାରକାରୀମାନେ ଗୋଲ୍ଡ ପ୍ଲାନ୍ ବିକଳ୍ପ ଚୟନ କରିପାରିବେ; ଯାହା ଅଧିକ କ୍ଷୀପ୍ର ବେଗ ଓ ଅଧିକ ବ୍ରଡବ୍ୟାଣ୍ଡ୍ ଡାଟା ସହିତ ଅତିରିକ୍ତ ପ୍ରିମିୟମ ଓଟିଟିର ସମ୍ଭାର ମଧ୍ୟ ପ୍ରଦାନ କରୁଛି। ଏହା ଭାରତରେ ୨୫୦ଏମବିପିଏସ୍ ପର୍ଯ୍ୟନ୍ତ ଅସୀମିତ ଇଣ୍ଟରନେଟ୍ (ମାସିକ ୧୭୫୦ଜିବି ପର୍ଯ୍ୟନ୍ତ), ଅସୀମିତ ଭଏସ୍ କଲିଙ୍ଗ ସୁବିଧା ଏବଂ ସର୍ବନିମ୍ନ ଆନ୍ତର୍ଜାତିକ କଲ୍ ଦର ସହିତ ଅନ୍ୟାନ୍ୟ ସୁବିଧା ଦେଉଛି। ଏହା ଯେକୌଣସି ସମୟରେ ଟିଭି (ଭାରତର ସର୍ବବୃହତ କନଟେଂଟ୍ ଉତ୍ସ) ସହିତ ଲାୟନ୍ସଗେଟ୍ ପ୍ଲେ, ଜି-ଫାଇଭ୍, ଆମାଜନ ପ୍ରାଇମ ଭିଡିଓ, ଡିଜନି+ ହଟଷ୍ଟାର, ସୋନି ଲିଭ୍, ସନ୍ନେକ୍ସଟ, ଭୁଟ୍, ଅଲ୍ଟ ବାଲାଜୀ, ହୋଇଚୋଇ, ସେମାରୋ ମି, ଜିଓ ସିନେମା ଓ ଜିଓ ସାୱନ୍ ଭଳି ପ୍ରିମିୟମ ଓଟିଟି ଆପ୍ଲିକେସନ ଉପଲବ୍ଧ କରାଉଛି।
ଟିଭି ଭିଡିଓକଲିଂ ସମେତ ଅସୀମିତ ଭିଡିଓ କଲିଂ ଓ କନଫରେନ୍ସିଂ, ଅସୀମିତ ସଙ୍ଗୀତ ଓ ଗେମିଂ ଏବଂ ଜିଓ ଆପ୍ଲିକେସନଗୁଡ଼ିକର ଅସୀମିତ ଉପଲବ୍ଧତା ମଧ୍ୟ ଗୋଲ୍ଡ ପ୍ଲାନର ଅଂଶ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଜିଓ-ଫାଇବର ସେବା ଏବେ ପ୍ରମୁଖ ସହରଗୁଡ଼ିକ ଯଥା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ କୋରାପୁଟର ଅନେକ ଅଂଚଳରେ ଉପଲବ୍ଧ ହେଉଛି। ନିରବଚ୍ଛିନ୍ନ ଭରସାଯୋଗ୍ୟ ହାଇସ୍ପିଡ୍ ଇଣ୍ଟରନେଟ୍ ସାଙ୍ଗକୁ ମନୋରଂଜନର ପ୍ରମୁଖ ମାଧ୍ୟମ ପାଲଟିଛି ଜିଓ-ଫାଇବର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/JioFiber2.jpg)