ନୀତୀଶଙ୍କୁ ଭେଟିଲେ ଜିତନରାମ, ଏନଡିଏରେ ମିଶିବା ନେଇ ଜୋରଦାର ଚର୍ଚ୍ଚା

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହାଗଠବନ୍ଧନକୁ ବଡ ଝଟକା ଲାଗିବାକୁ ଯାଉଛି | ଏହି ଗଠବନ୍ଧନରୁ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହମ) ର ବାଦ ପଡିପାରେ ବୋଲି ଚର୍ଚ୍ଚା ହେଉଛି । ଆଜି ‘ହମ’ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତନ ରାମ ମାଂଝୀ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ନୀତିଶ କୁମାରଙ୍କୁ ଭେଟିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଜିତନରାମ ଏନଡିଏରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି |

ତେବେ ନୀତିଶଙ୍କୁ ଭେଟିବା ପରେ ଜିତନରାମ କହିଛନ୍ତି ଯେ ଆଜି ଆମ ମଧ୍ୟରେ କୌଣସି ରାଜନୈତିକ କଥାବାର୍ତ୍ତା ହୋଇନାହିଁ। ନିଜ ଅଞ୍ଚଳର ପ୍ରସଙ୍ଗ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ସେ ଏନଡିଏରେ ସାମିଲ ହେବେ ନା ନାହିଁ ପ୍ରଶ୍ନରେ ଜିତନରାମ କହିଛନ୍ତି ଯେ ଅଗଷ୍ଟ ୩୦ ରେ ସବୁ କିଛି ଜଣାପଡ଼ିଯିବ |

ସୂତ୍ରରୁ ପ୍ରକାଶ ଯେ ନୀତିଶ କୁମାର ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ଏନଡିଏରେ ୯ ରୁ ୧୨ ଟି ସିଟ୍ ଦେବାକୁ ରାଜି ହୋଇଛନ୍ତି। ଜିତନରାମ ୧୫ ଟି ଆସନ ପାଇଁ ଦାବି କରିଥିବାବେଳେ ବର୍ତ୍ତମାନ ପାଇଁ ନିଷ୍ପତ୍ତି ସ୍ଥଗିତ ରଖାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଉପରେ ଗଠବନ୍ଧନ ଭାଙ୍ଗିବାକୁ ଅଭିଯୋଗ କରି ଜିତନରାମ ଓ ତାଙ୍କ ଦଳ ଗଠବନ୍ଧନରୁ ଓହରିଯାଇଥିଲା |

ସମ୍ବନ୍ଧିତ ଖବର