ବେବି ପାଉଡରରୁ କର୍କଟ ହେବା ମାମଲା : ଜନସନ ଉପରେ ୧୫୪ କୋଟିର ଜରିମାନା

ନୂଆଦିଲ୍ଲୀ : ବିଶ୍ୱର ପ୍ରମୁଖ ସ୍ୱାସ୍ଥ୍ୟସେବା ଉତ୍ପାଦ ନିର୍ମାତା ଜନସନ ଆଣ୍ଡ ଜନସନ କାଲିଫର୍ଣ୍ଣିଆର ଜଣେ ବ୍ୟକ୍ତିଙ୍କୁ ୧୮.୮ ନିୟୁତ ଡଲାର (୧୫୪ କୋଟି ଟଙ୍କା) ଜରିମାନା ଦେବ। ଅକଲାଣ୍ଡର ଡିଫଲ୍ଟ ଷ୍ଟେଟ କୋର୍ଟର ଜଣେ ଜୁରି ସଦସ୍ୟ ସ୍ୱୀକାର କରିଛନ୍ତି ଯେ ପୀଡ଼ିତା ୨୪ ବର୍ଷୀୟ ଆନ୍ଥୋନି ହର୍ନାଣ୍ଡେଜ୍ ଭାଲାଡେଜ୍ ଜନସନ ବେବି ପାଉଡର ବ୍ୟବହାର କରି କର୍କଟ ରୋଗରେ ପୀଡ଼ିତ ହୋଇଯାଇଥିଲେ । ଏହା ଫଳରେ କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହି ମାମଲାରେ ମଧ୍ୟ ପୀଡ଼ିତଙ୍କୁ ଦୁଇ ବର୍ଷ ଧରି ଆଇନଗତ ଲଢ଼େଇ କରିବାକୁ ପଡ଼ିଥିଲା।

ଆନ୍ଥୋନି ହର୍ନାଣ୍ଡେଜ୍ ଭାଲାଡେଜ୍ ଅଭିଯୋଗ କରିଥିଲେ ଯେ ବେବି ପାଉଡର ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାକୁ କମ୍ପାନୀ ଲୁଚାଇଥିଲା । ପିଲାଦିନରୁ କଂପାନିର ଟାଲକମ୍ ପାଉଡର ବ୍ୟବହାର କରିବା ଦ୍ୱାରା ତାଙ୍କ ଛାତି ନିକଟରେ ମେସୋଥେଲିଓମା କର୍କଟ ହୋଇଯାଇଛି । ଜନସନ ଆଣ୍ଡ ଜନସନ ପକ୍ଷରୁ କୁହାଯାଇଛି ଯେ କମ୍ପାନୀର ବେବି ପାଉଡର କୁ ସ୍ୱତନ୍ତ୍ର ଧଳା ବୋତଲରେ ବିକ୍ରି କରାଯାଏ, ଯେଉଁଥିରେ ଆଜବେଷ୍ଟସ ନାହିଁ । ଏହା ନିରାପଦ ଏବଂ କର୍କଟ ରୋଗର କାରଣ ହୋଇପାରିବ ନାହିଁ । ଏହି ମାମଲାରେ ପରାଜୟ ପରେ ମାମଲା ସହ କୋଟି କୋଟି ଆଇନଗତ ଶୁଳ୍କ ଓ ଖର୍ଚ୍ଚକୁ ଏଡ଼ାଇବା ପାଇଁ ଏବେ କମ୍ପାନି ଉକ୍ତ ବ୍ୟକ୍ତି ସହ ବୁଝାମଣା କରିବାକୁ ଉଦ୍ୟମ କରୁଛି ।

ଅତୀତରେ ମଧ୍ୟ ଜନସନ ଆଣ୍ଡ ଜନସନ ପ୍ରଡକ୍ଟକୁ ନେଇ କେତେକ ଅଭିଯୋଗ ସାମନାକୁ ଆସିଥିଲା ।  ତେବେ ସେତେବେଳେ କମ୍ପାନୀ ନିଜ ଉତ୍ପାଦକୁ ବଜାରରୁ ହଟାଇ ଦେଇଥିଲା ।

ସମ୍ବନ୍ଧିତ ଖବର