ଜମ୍ମୁ-କଶ୍ମୀର: ପୁଞ୍ଚ୍‌ ଜିଲ୍ଲାରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ

 ପୁଞ୍ଚ୍‌: ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଠାରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଦ୍ୱାରା ଏହି ଅସ୍ତ୍ରବିରତି ଉଲ୍ଲଂଘନ ସଂଧ୍ୟା ପ୍ରାୟ ୬.୩୦ ବେଳେ ହୋଇଥିଲା। ପାକିସ୍ତାନୀମାନେ ମନକୋଟ୍ ସେକ୍ଟରରେ ବନ୍ଧୁକ ଚଳାଇବା ସହ ମୋର୍ଟାର ସେଲିଂ କରିଥିଲେ।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଭାରତୀୟ ସେନା ଏହି ଅସ୍ତ୍ର ବିରତି ଉଲ୍ଲଂଘନର ଉଚିତ ଜବାବ ଦେଇଛି। ୟା ପୂର୍ବରୁ ଅଗଷ୍ଟ ୭ ତାରିଖରେ ପୁଞ୍ଚ୍‌ ଜିଲ୍ଲାରେ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା। ପାକିସ୍ତାନର ସେହି ଅସ୍ତ୍ର ବିତରି ଉଲ୍ଲଂଘନରେ ଜଣେ ୬୫ ବର୍ଷିଅ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା।

ତା’ ପୂର୍ବରୁ ପାକିସ୍ତାନ ଅଗଷ୍ଟ ୨ ତାରିଖରେ ରାଜୌରୀ ସେକ୍ଟରରେ ଗୁଳି ଚଳାଇଥିଲା। ପାକିସ୍ତାନର ଗୁଳି ଚାଳନାରେ ଜଣେ ସେନା ଯବାନ ସହିଦ ହୋଇଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜୁଲାଇ ୧୧ ତାରିଖରେ ପୁଞ୍ଚ ଜିଲ୍ଲାର ବିଭିନ୍ନ ସେକ୍ଟରରେ ଥିବା ଫରୱାର୍ଡ ପୋଷ୍ଟ ଏବଂ ଗାଁ ଉପରେ ପାକ୍ ସୁରକ୍ଷା ବାହିନୀ ଗୁଳି ଚଳାଇବାରୁ ଦୁଇଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା ଏବଂ ଜୁଲାଇ ରେ ରାଜୌରୀ ଜିଲ୍ଲା‌େର ପାକିସ୍ତାନ କରିଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର