ଶ୍ରୀନଗର: ନିୟନ୍ତ୍ରଣ ରେଖା ନିକଟରେ ରବିବାର ହୋଇଥିବା ଆଇଇଡି ବିସ୍ଫୋରଣରେ ଜଣେ ସେନା ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପଲନୱାଲା ସେକ୍ଟରରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି।
ସେନା ପକ୍ଷରୁ ଜାଣିବାକୁ ମିଳିଛି ଯେ ପୁଲିସ୍ମାନେ ସେନା ଟ୍ରକ୍ରେ ବୁଲୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ପ୍ରତ୍ୟେକ ଆହତଙ୍କୁ ଉଦମପପୁରରେ ଥିବା ସେନା ହସ୍ପିଟାଲ୍କୁ ନିଆଯାଇଛି।
#UPDATE: One of the three injured Army personnel has succumbed to his injuries, at the Military Hospital in Udhampur. #JammuAndKashmir https://t.co/GRXLfuVmR9
— ANI (@ANI) November 17, 2019
ଅନ୍ୟପକ୍ଷରେ ପୁଣିଥରେ ପାକିସ୍ତାନ ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ପୁଣି ଥରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଥିବା ଜାଣିବାକୁ ମିଳିଛି। ଅଞ୍ଚଳରର ସାଧାରଣ ଜନତାଙ୍କୁ ଟାର୍ଗେଟ କରି ପାକିସ୍ତାନ ପକ୍ଷରୁ ଦୀର୍ଘ ସମୟ ଧରି ଗୁଳି ଚାଳନା ହୋଇଥିଲା ବୋଲି ସୂଚନାା ରହିଛି।