ଜମ୍ମୁ ଓ କଶ୍ମୀର: ବଡ଼ଗାମ ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ, ଇଣ୍ଟର୍‌ନେଟ୍‌ ସେବା ବ୍ୟାହତ

ଶ୍ରୀନଗର: ରବିବାର ଦିନ ବଡ଼ଗାମ ଜିଲ୍ଲାର ଚଦୂରା ଅଞ୍ଚଳରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁଁ ଜଣେ ଆତଙ୍କବାଦୀ ନିହତ ହୋଇଛି। ନିରାପତ୍ତା ବଳ ଚାରିପାଖ ତଲାସ କରିସାରିଛି ଏବଂ ଆତଙ୍କବାଦୀମାନେ ଛପିଥିବା ଘରଟିକୁ ତଲାସ କରିବେ।

ଅପ୍ରୀତିକର ପରିସ୍ଥିତିର ଆଶଙ୍କା ଥିବାରୁ ବଡ଼ଗାମରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବ୍ୟାହତ କରାଯାଇଛି।

ଶୁକ୍ରବାର ଦିନ ମଧ୍ୟ ବଡ଼ଗାମରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର