ଶ୍ରୀନଗର: ଗୁରୁବାର ପାହାନ୍ତା ପୂର୍ବରୁ ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଅନ୍ତର୍ଗତ ଡାଲିପୋରା ଅଞ୍ଚଳରେ ଘଟିଥିବା ଗୁଳିବିନିମୟ ଘଟଣାରେ ନିରାପତ୍ତା ବଳଙ୍କ ଗୁଳି ଚୋଟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣାରେ ସେନାର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି।

ପୁଲ୍‌ଓ୍ଵାମାରେ କର୍ଫ୍ୟୁ ଲାଗୁ କରାଯାଇଛି।

Advertisment

ବନ୍ଧୁକ ଲଢ଼େଇରେ ସେନାର ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି ସମ୍ପୃକ୍ତ ଅଞ୍ଚଳରେ କେତେ ଜଣ ଆତଙ୍କବାଦୀ ଉପସ୍ଥିତ ଥିବା ଖବର ବିଶ୍ୱସ୍ତସୂତ୍ରରୁ ପାଇ ସେନା ଓ ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌ର ମିଳିତ ଦଳ ପୁଲ୍‌ଓ୍ଵାମାର ଥାନା ନିକଟବର୍ତ୍ତୀ ଡାଲିପୋରା ଅଞ୍ଚଳକୁ କର୍ଡନ କରିଥିଲେ।

ମିଳିତ ଫୋର୍ସ ଦଳ ଯୋର୍‌ଦାର ତଲାସ ଆରମ୍ଭ କରିବାରୁ ଆତଙ୍କବାଦୀମାନେ ଗୁଳି ଚଳାଇଲେ। ଫଳରେ ଗୁଳିବିନିମୟର ସୂତ୍ରପାତ ହୋଇଥିଲା।
ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ତୁମୁଳ ହୋଇଛି।