ଜମ୍ମୁ: ଏକ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କଶ୍ମୀର ଏବଂ ଜମ୍ମୁ ଡିଭିଜନର ପ୍ରତ୍ୟେକ ଜିଲ୍ଲାରେ ପରୀକ୍ଷାମୂଳକ ଭିତ୍ତିରେ '୪ଜି ମୋବାଇଲ୍ ଇଣ୍ଟରନେଟ୍' ସେବା ପୁନଃ ଆରମ୍ଭ କରିଦିଆଯାଇଛି। ଜମ୍ମୁ କଶ୍ମୀର ପ୍ରଶାସନ ରବିବାର ରାତିରେ କେନ୍ଦ୍ରଶାସିତ ଅଞ୍ଚଳର ଗାନ୍ଦରବାଲ ଏବଂ ଉଧମପୁର ଜିଲ୍ଲାରେ ୪ଜି ଇଣ୍ଟରନେଟ୍ ସେବା ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ।
ଜଣେ ଅଧିକାରୀ କହିଛନ୍ତି ଯେ, ରବିବାର ରାତି ୯ ଟାରୁ କଶ୍ମୀରର ଗାନ୍ଦରବାଲ ଏବଂ ଜମ୍ମୁର ଉଧମପୁରରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ପୁନଃ ଆରମ୍ଭ କରିଦିଆଯାଇଛି। ଏହି ନିର୍ଦ୍ଦେଶ ଆସନ୍ତା ମାସ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ବୈଧ ରହିବ ବୋଲି ଏକ ସରକାରୀ ବିବୃତିରେ କୁହାଯାଇଛି। ଗାନ୍ଦରବାଲ ଏବଂ ଉଧମପୁର ବ୍ୟତିତ ଜମ୍ମୁ-କଶ୍ମୀରର ଅନ୍ୟ ଜିଲ୍ଲାରେ ଇଣ୍ଟରନେଟ୍ ସ୍ପିଡ୍ ୨ଜିରେ ସୀମିତ ରହିବ ବୋଲି ଜମ୍ମୁ-କଶ୍ମୀର ପ୍ରଶାସନ ରବିବାର ଦିନ କହିଛି।
The Statesmanଏହି ଆଦେଶରେ କୁହାଯାଇଛି ଯେ, ପୋଷ୍ଟ-ପେଡ୍ ଗ୍ରାହକଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ। ଏହା ସହ ପ୍ରି-ପେଡ୍ ଗ୍ରାହକମାନେ ଯାଞ୍ଚ ପ୍ରକ୍ରିୟା ସମାପ୍ତ କରିବା ପରେ ହିଁ ସେବାର ଲାଭ ଉପଭୋଗ କରିପାରିବେ। ୪ଜି ଇଣ୍ଟରନେଟ୍ ପରୀକ୍ଷା ଭିତ୍ତିରେ ପୁନଃ ଆରମ୍ଭ ହେବା ସହ ସମୟ ସମୟରେ ଏହାର ସମୀକ୍ଷା କରାଯିବ | ହାଇସ୍ପିଡ୍ ଇଣ୍ଟରନେଟ୍ ଆରମ୍ଭ କରିବାର ନିଷ୍ପତ୍ତି ଜମ୍ମୁ-କଶ୍ମୀର ଜୋନର ଆଇଜି ନେଇଥିବା ଜଣା ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/t-102.jpg)