ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ପ୍ରବଳ ତୁଷାରପାତ କାରଣରୁ ଡାକ୍ତରଖାନାରେ ଅଟକି ରହିଥିବା ଜଣେ ମହିଳା ଏବଂ ତାଙ୍କ ନବଜାତ ସନ୍ତାନକୁ ଭାରତୀୟ ସେନା କର୍ମଚାରୀମାନେ ଏକ ଷ୍ଟ୍ରେଚର୍ରେ ବୋହି ନେଇ ପ୍ରାୟ ୬ କିଲୋମିଟର ଦୂର କୁପଓ୍ଵାରାସ୍ଥିତ ତାଙ୍କ ଘରେ ପହଞ୍ଚାଇଛନ୍ତି।
ଶନିବାର ଦିନ କଶ୍ମୀରରେ ପୁନର୍ବାର ସଦ୍ୟ ତୁଷାରପାତ ହୋଇଥିବା ବେଳେ ଘଟଣାଟି ଘଟିଥିବା ରିପୋର୍ଟ କରାଯାଇଛି। ଶ୍ରୀନଗର ସମେତ କଶ୍ମୀରର ଅନେକ ଅଞ୍ଚଳରେ ଏ ମାସରେ ତୃତୀୟ ଥର ଲାଗି ପ୍ରବଳ ତୁଷାରପାତ ଘଟି ବିମାନ ଓ ସଡ଼କ ପରିବହନରେ ବାଧା ଉପୁଜାଇଛି।
#WATCH | Indian Army personnel today carried a woman, who was stuck at a hospital with her newborn child due to heavy snowfall, on a stretcher for almost 6-km to take her to her home in Kupwara, Jammu & Kashmir. pic.twitter.com/Njng8jHYb5
— ANI (@ANI) January 23, 2021
ଶନିବାର ସକାଳେ ତୁଷାରପାତ କାରଣରୁ ଶ୍ରୀନଗର ବିମାନ ବନ୍ଦରରୁ ବିମାନ ଚଳାଚଳ ନ କରିବାରୁ କଶ୍ମୀରକୁ ଯାତାୟତ କରିବାରେ ବାଧା ସୃଷ୍ଟି ହୋଇଥିଲା। ସେହିଭଳି ୨୭୦ କିଲୋମିଟର୍ବିଶିଷ୍ଟ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ମଧ୍ୟ ତୁଷାରପାତ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଫଳରେ ଜବାହର ଟନେଲ୍ ଦୁଇ ମୁଣ୍ଡରେ ଶହ ଶହ ଯାନବାହନ ଅଟକି ରହିଥିଲେ।
ପୂର୍ବରୁ କଶ୍ମୀର ଜାନୁଆରି ୩ ତାରିଖରୁ କଶ୍ମୀରରେ କ୍ରମାଗତ ୪ ଦିନ ଧରି ପ୍ରବଳ ତୁଷାରପାତ ହୋଇଥିଲା ବେଳେ ଜାନୁଆରି ୯ ତାରିଖ ଦିନ ମଧ୍ୟମ ଧରଣର ତୁଷାରପାତ ହୋଇଥିଲା।
ଉତ୍ତର କଶ୍ମୀରରେ ଥିବା ପ୍ରସିଦ୍ଧ ଗୁଲ୍ମାର୍ଗ ସ୍କି-ରିସର୍ଟରେ ୧୦ ଇଞ୍ଚ୍ ବହଳର ତୁଷାର ପଡ଼ିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।