ନୂଆଦିଲ୍ଲୀ: ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ହରିୟାଣା ସହ ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ହେବ। ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ଆଗାମୀ ଅକ୍ଟୋବରରେ ହେବ। ସୂତ୍ର ଅନୁସାରେ ହିଂସା ପ୍ରଭାବିତ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି।
ସୂଚନାଯୋଗ୍ୟ ଶାସକ ପିଡିପିକୁ ବିଜେପି ନିଜର ସମର୍ଥନ ସ୍ଥିଗିତ କରିଦେବା ପରେ ଜମ୍ମୁ କଶ୍ମୀରରେ ୨୦୧୮ ଜୁନ ୨୦ରୁ ରାଜ୍ୟପାଳ ଶାସନ ଜାରି ରହିଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳ ଶାସନର ୬ ମାସ ପରେ ରାଷ୍ଟ୍ରପତି ଶାସନ ଲାଗୁ ହେବା କଥା, ମାତ୍ର ଜମ୍ମୁ କଶ୍ମୀରରେ ରାଜ୍ୟପାଳଙ୍କ ଶାସନକୁ ବୃଦ୍ଧି କରାଯାଇଛି।
ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ୨୦୧୮ ନଭେମ୍ବର ୨୧ରେ ୮୭ ସଦସ୍ୟ ବିଶିଷ୍ଟ ବିଧାନସଭାକୁ ଭଙ୍ଗ କରିଥିଲେ। ଏହା ପୂର୍ବରୁ କଂଗ୍ରେସ ଓ ନ୍ୟାସନାଲ କନ୍ଫରେନସ୍ ସରକାର ଗଢ଼ିବାକୁ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)