ଫୁଲଓ୍ୱାମା ଆକ୍ରମଣ ପରେ ଜରୁରୀ ବୈଠକ ଡକାଇଲେ ମୋଦି, ବୈଠକରେ ଗୃହମନ୍ତ୍ରୀ, ଅଜିତ ଡୋଭାଲ ସାମିଲ

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରର ଫୁଲଓ୍ୱାମାରେ ଆଜି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ସୈନିକ ସଂଖ୍ୟା ୩୦ରେ ପହଞ୍ଚିଛି । ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନିନ୍ଦା କରିବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସହିଦ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସେ କହିଛନ୍ତି । ସହିଦ ଯବାନ ମାନଙ୍କ ପରିବାର ପଛରେ ସମଗ୍ର ଦେଶ ରହିଛି ବୋଲୁ ସେ କହିଛନ୍ତି ।

 

ଆଉ ଏକ ଟ୍ଵିଟ କରି ମୋଦି କହିଛନ୍ତି ଯେ ସେ ଏସଂପର୍କରେ ଗୃହମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କଙ୍କ ସହିତ କଥା ହୋଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଟ୍ଵିଟ କରିଛନ୍ତି ଯେ ଏହି ଆକ୍ରମଣ ଆତଙ୍କବାଦୀଙ୍କ ଏକ କାପୁରୁଷ ପଣିଆର ନିଦର୍ଶନ । ଦେଶ  ସହିଦ ଜବାନମାନଙ୍କୁ ସାଲ୍ୟୁଟ କରୁଛି । ଆତଙ୍କବାଦୀଙ୍କ ଏହି କାଣ୍ଡ ପାଇଁ ସେମାନଙ୍କୁ ଏପରି ଶିକ୍ଷା ଦିଆଯିବ ଯେ ସେମାନେ ତାହାକୁ ଭୁଲିପାରିବେ ନାହିଁ ।

ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାକୁ ନେଇ ଏକ ଜରୁରୀ ବୈଠକ ଡକାଇଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂ, ଏନଏସଏ ଅଜିତ ଡୋଭାଲ ଉପସ୍ଥିତ ଅଛନ୍ତି ।

ସମ୍ବନ୍ଧିତ ଖବର