ଲୋକସଭାରେ ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଲ ଗୃହୀତ, ସପକ୍ଷରେ ୩୭୦ ଓ ବିପକ୍ଷରେ ୭୦ଟି ଭୋଟ

ନୂଆଦିଲ୍ଲୀ : ଲୋକସଭାରେ ଆଜି ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଲ ଗୃହୀତ ହୋଇଛି । ଏହି ବିଲ ସପକ୍ଷରେ ୩୭୦ ଟି ଭୋଟ ଓ ବିପକ୍ଷରେ ୭୦ ଟି ଭୋଟ ପଡିଥିଲା । ଗତକାଲି ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲା । ଦୁଇ ସଦନରେ ଗୃହୀତ ହେବା ପରେ ଏବେ ଏହା ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହେବ ।

ଏହା ପୂର୍ବରୁ ସମ୍ବିଧାନର ଧାରା ୩୭୧ ଉଠାଇବା ଲାଗି ମୋଦୀ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ। ଲୋକସଭାରେ ସେ କହିଥିଲେ ଯେ ସରକାର ଧାରା ୩୭୦ ଉଠାଇବା ପରେ ୩୭୧ ମଧ୍ୟ ଉଠାଇଦେବେ ବୋଲି ପ୍ରକାଶ ପାଉଥିବା ଆଶଙ୍କା ଅମୂଳକ ।

ସମ୍ବନ୍ଧିତ ଖବର