ଜମ୍ମୁ ଓ କଶ୍ମୀର: ସାମ୍ବା ସେକ୍ଟର୍‌ରେ ୩ ପାକିସ୍ତାନୀ ଚୋରା ଚାଲାଣକାରୀଙ୍କୁ ହତ୍ୟା କରି ୧୮୦ କୋଟି ଟଙ୍କାର ଡ୍ରଗ୍‌ ଉଦ୍ଧାର କଲା ‘ବିଏସ୍‌ଏଫ୍‌’

ଶ୍ରୀନଗର: ଡ୍ରଗ୍‌ ଚୋରା ଚାଲାଣ ନିମନ୍ତେ ଉଦ୍ୟମ କରୁଥିବା ବେଳେ ଗତ ରାତିରେ ଜମ୍ମୁ ଓ କଶ୍ମୀରର ସାମ୍ବା ସେକ୍ଟର୍‌ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାରେ ୩ଜଣ ପାକିସ୍ତାନୀ ଚୋରା ଚାଲାଣକାରୀ ‘ବିଏସ୍‌ଏଫ୍‌’ ଯବାନଙ୍କ ଗୁଳି ଚୋଟରେ ନିହତ ହୋଇଛନ୍ତି।

ସେମାନଙ୍କ ପାଖରୁ ପ୍ରାୟ ୩୬ ପ୍ୟାକେଟ୍‌ ହେରୋଇନ୍‌ ଉଦ୍ଧାର କରାଯାଇଛି। ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ପ୍ରାୟ ୧୮୦ କୋଟି ଟଙ୍କା ହେବ।

Representative Image Courtesy of Deccan Herald

ଏ ସଂକ୍ରାନ୍ତରେ ଜାରି ପ୍ରେସ୍‌ ବିବୃତିରେ ‘ବିଏସ୍‌ଏଫ୍‌’ କହିଛି, ଫେବ୍ରୁଆରି ୬ ତାରିଖ ପାହାନ୍ତା ପୂର୍ବରୁ ସାମ୍ବା ଆନ୍ତର୍ଜାତିକ ସୀମାନ୍ତ ଦେଇ ନିଶା ଦ୍ରବ୍ୟ ଚୋରା ଚାଲାଣ କରିବାକୁ ଉଦ୍ୟମ କରୁଥିବା ୩ଜଣ ପାକିସ୍ତାନୀ ଚୋରା ଚାଲାଣକାରୀଙ୍କୁ ସଜାଗ ଥିବା ‘ବିଏସ୍‌ଏଫ୍‌ ଜମ୍ମୁ’ ନିହତ କରି ଗୋଟାଏ ବଡ଼ ଚୋରା ଚାଲାଣ ଉଦ୍ୟମ ଭଣ୍ଡୁର କରିଛି। ସେମାନଙ୍କ ଠାରୁ ଉଦ୍ଧାର ହୋଇଥିବା ୩୬ ପ୍ୟାକେଟ୍‌ (ପ୍ରାୟ ୩୬ କିଲୋ) ନିଶା ଦ୍ରବ୍ୟ ହେରୋଇନ୍‌ ବୋଲି ମନେହେଉଛି। ସମ୍ପୃକ୍ତ ଅଞ୍ଚଳରେ ତଲାସ ଚାଲିଛି। ପରେ ଅଧିକ ବିବରଣୀ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର