ଶ୍ରୀନଗର: ଜମ୍ମୁକାଶ୍ମୀର ରାମବନରେ ଭୟଙ୍କର ବନ୍ୟା ଏବଂ ବନ୍ୟା ପରବର୍ତ୍ତୀ ଭୂସ୍ଖଳନ ପରେ ସ୍ଥିତି ହାହାକରମୟ ହୋଇଥିବା ବେଳେ ଏବେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ।

Advertisment

ସ୍ବତନ୍ତ୍ର ବିମାନରେ ପହଞ୍ଚି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଥିଲେ ମୁଖ୍ୟମନ୍ତ୍ରୀ ଏବଂ ଭୂସ୍ଖଳନସ୍ଥଳକୁ ଯାଇ ଅତି ପାଖରୁ ଅନୁଧ୍ୟାନ କରିଥିଲେ । ତାସହ ଖୁବଶୀଘ୍ର କ୍ଷୟକ୍ଷତିର ଆକଳନ କରି ପୁନରୁଦ୍ଧାର କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ଓମାର ଏନଏଚ-୪୪ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ ଯେଉଁଠି ହାଇୱେ ଜାମ ପାଇଁ ଲୋକେ ହନ୍ତସନ୍ତ ହେବାର ଖବର ଆସିଥିଲା । ଧୋଇଯାଇଥିବା ହାଇୱେ ଏବଂ ପାହାଡ ଧସିଥିବା ରାସ୍ତା ଉପରୁ କେମିତି ଶୀଘ୍ର ପଥର ସଫେଇ କରାଯାଇ ରାସ୍ତାକୁ ପୂର୍ବବସ୍ଥାକୁ ଫେରାଇ ଆଣି ଗାଡି ଚଳାଚଳ ସ୍ବାଭାବିକ କରାଯିବ ସେନେଇ ଅନୁଧ୍ୟାନ କରି ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ।