ଶ୍ରୀନଗର: ଜାମ୍ମୁକାଶ୍ମୀରରେ ସରିଲା ସର୍ବଦଳୀୟ ବୈଠକ । ପହଲଗାମ୍ ଆତଙ୍କୀ ହମଲାକୁ ନେଇ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆତଙ୍କବାଦୀ ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିବା ସହ ଆତଙ୍କୀଙ୍କ ଏଭଳି ଗଣହତ୍ୟାକୁ ଭୀରୁ-କାପୁରୁଷର କାମ ବୋଲି କହିଛନ୍ତି । ଏଭଳି ଜଘଣ୍ୟ ଏବଂ ଅମାନବୀୟ ଆକ୍ରମଣକୁ ଆମେ ନିନ୍ଦା କରୁଛୁ ବୋଲି କହିଛନ୍ତି ଓମାର ।
#WATCH | Srinagar | After the all party meeting on #PahalgamTerroristAttack, J&K CM Omar Abdullah says, "We, the participants of the All Party meeting of Jammu and Kashmir, deeply shocked and anguished by the recent barbaric attack in Pahalgam on 22nd April 2025 on innocent… pic.twitter.com/iTWvEyWLmo
— ANI (@ANI) April 24, 2025
ତେବେ ଭୀରୁଙ୍କ ପରି ଆକ୍ରମଣ କରି ନିରୀହ ଲୋକଙ୍କୁ ହତ୍ୟା କରାଯାଇଛି । ସମାଜରେ ଏଭଳି ଆକ୍ରମଣର ସ୍ଥାନ ନାହିଁ । ଏହି ଆକ୍ରମଣ ଜାମ୍ମୁକାଶ୍ମୀରର ଶାନ୍ତି ଭାଙ୍ଗିବାକୁ କରାଯାଇଛି । ଏହା ଭାରତର ବିଚାରଧାରା ଏବଂ ମୂଲ୍ୟବୋଧ ଉପରେ ଆକ୍ରମଣ ବୋଲି କହି କେନ୍ଦ୍ର ସରକାର ଯାହା ବି ପଦକ୍ଷେପ ନେବେ ତାହାକୁ ଆମେ ସମର୍ଥନ କରିବୁ ବୋଲି କହିଛନ୍ତି ଓମାର ଅବଦୁଲା ।
ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା କାଶ୍ମୀର ଯୁବକ ତଥା ଘୋଡା ଚାଳକଙ୍କୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ । ଘୋଡା ଚାଳକ ସହିଦ ସୟଦ ଆଦିଲ ହୁସେନ ଅନେକ ପର୍ୟ୍ୟଟକଙ୍କ ଜୀବନ ବଞ୍ଚାଇ ପାରିଛନ୍ତି । ନିଜେ ଗୁଳି ଖାଇ ଅନେକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଆତଙ୍କୀଙ୍କ ସହ ଲଢି ପର୍ୟ୍ୟଟକଙ୍କ ଜୀବନ ବଞ୍ଚାଇଥିବାରୁ ତାଙ୍କୁ ଶତ ନମନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।