ଗୁଳିବର୍ଷା କରୁଥିଲେ ଆତଙ୍କବାଦୀ, ବଞ୍ଚାଇବା ପୁଲିସ ଅଧିକାରୀଙ୍କୁ ଜାବୁଡ଼ି ଧରିଲା ଝିଅ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କରିବାରୁ ହେଲା ପୁଲିସ ଅଧିକାରୀଙ୍କ ମୃତ୍ୟୁ। ମଙ୍ଗଳବାର ଦିନ ଶ୍ରୀନଗରର ସୌରା ଅଞ୍ଚଳରେ ଆତଙ୍କବାଦୀମାନେ ହଠାତ ଗୁଳି ଚଳାଇବାରୁ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ସହ ତାଙ୍କର ୭ବର୍ଷୀୟ ଝିଅ ଗୁରୁତର ଆହତ ହୋଇଛନ୍ତି। ମୃତ ପୁଲିସ ଅଧିକାରୀଙ୍କ ନାଁ ସଇଫୁଲ୍ଲା କାଦ୍ରି ବୋଲି ଜଣାପଡିଛି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ ଅନୁଯାୟୀ, ଆତଙ୍କବାଦୀମାନେ ଆକ୍ରମଣ କରିବା ବେଳେ ପୁଲିସ ଅଧିକାରୀ ସଇଫୁଲ୍ଲାଙ୍କ ଝିଅ ତାଙ୍କୁ ଧରି ପକାଇଥିଲା। ଏହି ସମୟରେ ସଇଫୁଲ୍ଲାଙ୍କୁ ୭ବର୍ଷୀୟ ଝିଅର କାନ୍ଧରେ ଗୁଳି ବାଜିଥିଲା। ଏବେ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଜମ୍ମୁ-କଶ୍ମୀରରେ ଥିବା ସ୍ଥାନୀୟ ତଥା ବିଦେଶୀ ଆତଙ୍କବାଦୀମାନେ ବର୍ତ୍ତମାନ ଆକ୍ରମଣର କୌଶଳ ପରିବର୍ତ୍ତନ କରୁଥିବା ନେଇ ସୂଚନା ମିଳିଥିଲା। ଏହାପୂର୍ବରୁ, ‘ଏକେ ୪୭’ ପରି ସ୍ୱୟଂଚାଳିତ ରାଇଫଲଗୁଡିକୁ ଆକ୍ରମଣ ପାଇଁ ବ୍ୟବହାର କରୁଥିଲେ | ତେବେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ବହୁ ସଂଖ୍ୟାରେ ଆତଙ୍କବାଦୀ ନିହତ ହେବା ପରେ ଏବେ ଏକେ ୪୭ ବଦଳରେ ପିସ୍ତଲ ବ୍ୟବହାର କରୁଥିବାର ଜଣାପଡିଥିଲା।

ଜମ୍ମୁ କଶ୍ମୀରର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଥିଲେ ଯେ ହାଇବ୍ରିଡ ଆତଙ୍କବାଦୀମାନେ ବର୍ତ୍ତମାନ ‘ଟାର୍ଗେଟ କିଲିଂ’ ଉପରେ ଧ୍ୟାନ ଦେଉଛନ୍ତି। ଏହାର କାରଣ ହେଉଛି, ଆତଙ୍କବାଦୀମାନେ ଏଥିରେ ଖସିଯିବାର ଅଧିକ ସୁବିଧା ରହିଛି | ସିଧାସଳଖ ଲଢେଇରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କୁ ମୁକାବିଲା କରିପାରୁନଥିବାବେଳେ ନୂତନ ଆତଙ୍କବାଦୀଙ୍କୁ ସାମିଲ କରିହେଉ ନାହିଁ। ସେହିପରି ସୀମା ଅନୁପ୍ରବେଶକୁ ମଧ୍ୟ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇଛି | ଏଭଳି ପରିସ୍ଥିତିରେ ଆତଙ୍କବାଦୀ ସଂଗଠନମାନେ ଟାର୍ଗେଟ କିଲିଂ ପାଇଁ ‘ହାଇବ୍ରିଡ’ ଦଳକୁ ସକ୍ରିୟ କରୁଛନ୍ତି।

ସମ୍ବନ୍ଧିତ ଖବର