ଲୋକସଭା ନିର୍ବାଚନ ସହିତ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଲାଗି ଘୋଷଣା ନ ହେବାଯୋଗୁଁ ଓମର ଅବଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ସହିତ କେତେକ ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଲାଗି ଘୋଷଣା ହୋଇନଥିବା ହେତୁ ଏହାକୁ ନେଇ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଓ ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି।

ଅବଦୁଲ୍ଲା ଟ୍ଵିଟ୍‌ କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ, ଆତଙ୍କବାଦୀ ଓ ହୁରିୟତ୍‌ ଆଗରେ ନିଜକୁ ସମର୍ପଣ କରି ଦେଇଛନ୍ତି। ଏହାକୁ ନେଇ ପିଡିପି ନେତା ମେହବୁବା ମୁଫ୍‌ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜମ୍ମୁ-କଶ୍ମୀରରେ ଲୋକଙ୍କୁ ନିର୍ବାଚନ ଜରିଆରେ ସରକାର ଗଠନ କରିବାକୁ ନ ଦେବା ଲୋକତନ୍ତ୍ରର ବିରୋଧୀ।

ସମ୍ବନ୍ଧିତ ଖବର