ଜମ୍ମୁ ଓ କଶ୍ମୀର: ଶୋପିଆନ୍‌ରେ ଏନ୍‌କାଉଣ୍ଟର୍‌; ୩ ଆତଙ୍କବାଦୀ ଲୁଚିଥିବା ବିଶ୍ୱାସ

ଶ୍ରୀନଗର: ବୁଧବାର ଜମ୍ମୁ ଓ କଶ୍ମୀରର ଶୋପିଆନ୍‌ ଜିଲ୍ଲାରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି।

ଆତଙ୍କବାଦୀ ଉପସ୍ଥିତ ଥିବା ସୂଚନା ପାଇବା ପରେ ଶୋପିଆନ୍‌ ଜିଲ୍ଲାର ମୀମେନ୍ଦର ଅଞ୍ଚଳରେ ସେନା ଓ ସ୍ଥାନୀୟ ପୁଲିସ କର୍ଡନ୍‌ ଓ ସର୍ଚ
ଅପରେସନ୍‌ ଆରମ୍ଭ କରିଥିଲା।

ଏଥିଯୋଗୁଁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ତଲାସକାରୀ ଦଳ ପାଲଟା ଗୁଳି ଚଳାଇଥିଲେ।

ପ୍ରତ୍ୟୁଷ ୪: ୨୦ରୁ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଛି।

ସେନାର ୨୩ ପାରାର ମିଳିତ ଦଳ, ସିଆର୍‌ପିଏଫ୍‌ ଏବଂ ସ୍ପେସାଲ୍‌ ଅପରେସନ୍‌ସ୍‌ ଗ୍ରୁପ୍‌ କର୍ଡନ ଓ ସର୍ଚ ଅପରେସନ୍‌ ଆରମ୍ଭ କରିଥିଲେ।
ମୀମେନ୍ଦରସ୍ଥିତ ଗୋଟାଏ ବାସଭବନରେ ପ୍ରାୟ ୩ ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ବିଶ୍ୱାସ କରାଯାଉଛି। ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍‌ କରାଯିବା ପରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରି ଦିଆଯାଇଛି।

ଏ ପର୍ଯ୍ୟନ୍ତ ଚାଲିଥିବା ଏହି ଏନ୍‌କାଉଣ୍ଟର୍‌ରେ କେହି ମୃତାହତ ହୋଇଥିବା ଖବର ଆସିନାହିଁ।

ଜୈଶ୍‌-ଏ-ମହମ୍ମଦ୍‌ ଆତଙ୍କାବାଦୀ କ୍ୟାମ୍ପ୍‌ ଉପରେ ଭାରତୀୟ ବାୟୁସେନା ବୋମା ମାଡ଼ କରିବା ପରେ ମଙ୍ଗଳବାର ଦିନ ପାକିସ୍ତାନ ସେନା ଜମ୍ମୁ, ରାଜୌରି ଏବଂ ପୁଞ୍ଚ୍‌ ଜିଲ୍ଲାର ୫୫ ଫର୍‌ଓ୍ଵାର୍ଡ ଅଞ୍ଚଳରେ ଭାରୀ ସେଲିଙ୍ଗ୍‌ ମାଡ଼ କରିଥିଲା।

ସମ୍ବନ୍ଧିତ ଖବର