ଶ୍ରୀନଗର: ରବିବାର ସକାଳେ ଶୋପିଆଁ ଜିଲ୍ଲାର ଦରମଦୋରା କୀଗାମ ଅଞ୍ଚଳରେ ଚାଲିଥିବା ଏନ୍କାଉଣ୍ଟର୍ରେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ରବିବାର ପାହାନ୍ତ ପହର ଆଗରୁ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।
ଏବେ ମଧ୍ୟ ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଛି।
Image Source: India Todayଏ ପର୍ଯ୍ୟନ୍ତ ନିହତ ଆତଙ୍କବାଦୀମାନଙ୍କର ପରିଚୟ ମିଳିନାହିଁ। ସେମାନଙ୍କ ପରିଚୟ ପାଇବା ପାଇଁ ନିରାପତ୍ତା ବଳ ଉଦ୍ୟମ ଚଳାଇଛନ୍ତି।
ସେ ଅଞ୍ଚଳରେ ଦୁଇ ତିନି ଜଣ ସଶସ୍ତ୍ର ଆତଙ୍କବାଦୀ ଆତ୍ମଗୋପନ କରିଥିବାର ସୂଚନା ମିଳିବା ପରେ ବ୍ୟାପକ ତଲାସ ଅଭିଯାନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନଙ୍କୁ କାବୁ କରିବାକୁ ତୁରନ୍ତ ଚାରିପଟୁ କର୍ଡନ କରାଯାଇଥିଲା।
ଏଥିରେ ୩୩ ରାଷ୍ଟ୍ରୀୟ ରାଇଫଲସ୍, ଜମ୍ମୁର ସ୍ପେସାଲ୍ ଅପରେସନ୍ସ୍ ଗ୍ରୁପ୍ ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ମିଳିତ ଭାବେ ଏହି ଅଭିଯାନ ଆରମ୍ଭ କରିଥିଲା।
ଗୋଟିଏ ଦିନ ତଳେ ବାରମୂଳା ଜିଲ୍ଲାରେ ଏନ୍କାଉଣ୍ଟର୍ କରାଯାଇ ଜଣେ ଆତଙ୍କବାଦୀକୁ ହତ୍ୟା କରାଯିବା ପରେ ଆଜିର ଘଟଣା ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/encounter-2.jpg)