ସର୍ବଦଳୀୟ ବୈଠକ ଡାକିଲେ କାଶ୍ମୀର ରାଜ୍ୟପାଳ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ଏନଏନ ଭୋରା ଆସନ୍ତା କାଲି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଏଥିରେ ରାଜ୍ୟର ସାଂପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ ସ୍ଥିତିକୁ ସ୍ୱାଭାବିକ କରିବାକୁ ସେ ସମସ୍ତଙ୍କ ସହଯୋଗ ଲୋଡିବାର ସମ୍ଭାବନା ରହିଛି । ଏହି ବୈଠକ ସମ୍ପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବୈଠକକୁ ପିଡିପି, ନ୍ୟାସନାଲ କନଫରେନ୍ସ, ପାନ୍ଥର୍ସପାର୍ଟି, କଂଗ୍ରେସ, ବିଜେପି ଆଦି ଦଳଙ୍କୁ ଡକାଯାଇଛି ।

କାଶ୍ମୀରରେ ସରକାର ଭାଙ୍ଗିବା ପରେ ଏବେ ରାଜ୍ୟପାଳ ଶାସନ ଚାଲିଛି । ରାଜ୍ୟରେ ଏକ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ରାଜ୍ୟପାଳ ଶାସନ ଚାଲିବ । ଇତି ମଧ୍ୟରେ ରାଜ୍ୟପାଳ ବରିଷ୍ଠ ଆଇପିଏସ ତଥା ଆତଙ୍କବାଦ ବିରୋଧୀ ଅପରେସନରେ ଅଭିଜ୍ଞ ଅଫିସର ବିଜୟ କୁମାରଙ୍କୁ ନିଜର ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ଏହା ସହିତ ବିବି ବ୍ୟାସଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦିଆଯାଇଛି ।

ସମ୍ବନ୍ଧିତ ଖବର