ଶ୍ରୀନଗର : ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲିକ ଶ୍ରୀନଗରର ଶେର-ଏ-କଶ୍ମୀର ଷ୍ଟାଡିୟମ୍ରେ ସ୍ବାଧୀନତା ଦିବସ ପାଇଁ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି ବୋଲି ପ୍ରମୁଖ ସଚିବ ରୋହିତ କନସଲ୍ କହିଛନ୍ତି। ଅନ୍ୟପକ୍ଷରେ ଜମ୍ମୁରେ ରାଜ୍ୟପାଳଙ୍କର ଜଣେ ପରାମର୍ଶଦାତା ଜାତୀୟ ପତାକା ଉତ୍ତୋଳନ କରିବେ। ଏହାବାଦ୍ ସମସ୍ତ ଜିଲ୍ଲା ଏବଂ ବ୍ଲକ୍ସ୍ତରରେ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯିବ। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଅଧିକାଂଶ ସ୍ଥାନରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ବୋଲି ରୋହିତ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp