ଶ୍ରୀନଗର: ବରାବର ରେପ୍ ସମ୍ବନ୍ଧରେ ଟୁଇଟ୍ କରୁଥିବା ୨୦୧୦ ବ୍ୟାଚ୍ ଆଇଏଏସ୍ ଟପ୍ପର୍ ଶାହା ଫୈସାଲ୍ଙ୍କ ବିରୋଧରେ ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀର ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ କରିଛନ୍ତି।
ଫୈସାଲ୍ ଏକ ଟୁଇଟ୍ରେ ପୋଷ୍ଟ୍ କରିଥିଲେ: ପପୁଲେସନ୍ + ପାଟ୍ରିଆର୍କି + ଇଲିଟେରାସି + ଆଲ୍କହଲ୍ + ପର୍ଣ୍ଣ୍ + ଟେକ୍ନୋଲଜି + ଆନାର୍କି= ରେପିସ୍ତାନ୍
(ଜନସଂଖ୍ୟା + ପିତୃକୈନ୍ଦ୍ରିକ + ନିରକ୍ଷରତା + ମଦ + ପର୍ଣ୍ଣ୍ + ପ୍ରଯୁକ୍ତିବିଦ୍ୟା + ଅରାଜକତା= ରେପିସ୍ତାନ୍)
ସମ୍ପ୍ରତି ଆମେରିକାରେ ଏକ ମିଡ୍-କ୍ୟାରିଅର୍ ମାଷ୍ଟର୍ ଡିଗ୍ରି କରୁଥିବା ଫୈସାଲ୍ଙ୍କୁ ଦିଆ ଯାଇଥିବା ଏକ ନୋଟିସ୍ରେ ସାଧାରଣ ପ୍ରଶାସନ ବିଭାଗ କହିଛି: ସରକାରୀ କର୍ତ୍ତବ୍ୟ ସମ୍ପାଦନ କରିବାରେ ଆପଣ ପୂର୍ଣ୍ଣ ସାଧୁତା ଏବଂ ଅଖଣ୍ଡତା ବଜାୟ ରଖିବାରେ ବିଫଳ ହୋଇଛନ୍ତି ବୋଲି କୁହାଯାଉଛି। ଆପଣ ଜଣେ ସରକାରୀ କର୍ମଚାରୀ ହୋଇ ଅନୁପଯୁକ୍ତ ଢଙ୍ଗରେ କାର୍ଯ୍ୟ କରିଛନ୍ତି। ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ୍ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପର୍ସୋନେଲ୍ ଆଣ୍ଡ୍ ଟ୍ରେନିଙ୍ଗ୍ ବିଭାଗ ଅନୁରୋଧ କରିଛନ୍ତି।
ଜମ୍ମୁ ଓ କଶ୍ମୀର ସରକାରଙ୍କ କାର୍ଯ୍ୟନୁଷ୍ଠାନ ଯୋଗୁଁ ପ୍ରତିକ୍ରିୟା ପ୍ରକାଶ କରି ସେ ଆଇଏଏସ୍ ଅଧିକାରୀ ଟୁଇଟ୍ କରିଛନ୍ତି; ଦକ୍ଷିଣ ଏସିଆର ଦୁଷ୍କର୍ମ-ସଂସ୍କୃତି ବିରୋଧରେ ମୋର ବିଦ୍ରୂପାତ୍ମକ ଟୁଇଟ୍ ଯୋଗୁଁ ମୋ ବସ୍ଙ୍କ ଠାରୁ ପ୍ରେମପତ୍ର ଆସିଛି। ଏଠି ବିଡ଼ମ୍ବନା ଏଇଆ ଯେ ବିବେକରୂପୀ ସ୍ୱାଧୀନତାର କଣ୍ଠରୋଧ କରିବାକୁ ଗଣତାନ୍ତ୍ରିକ ଭାରତରେ ଚାକିରି ନିୟମାବଳୀରେ ଔପନିବେଶିକ ଉଚ୍ଛ୍ୱାସର ଆବାହନ କରାଯାଇଛି। ନିୟାମାବଳୀରେ ପରିବର୍ତ୍ତନର ଆବଶ୍ୟକକୁ ଗୁରତ୍ୱ ଦେଇ ମୁଁ ଏହାକୁ ସେୟାର୍ କରୁଛି।
ଫୈସାଲ୍ଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍ ଅବଦ୍ଦୁଲା ବିରୋଦ କରିଛନ୍ତି। ଅମଲାମାନଙ୍କୁ ସିଭିଲ୍ ସର୍ଭିସ୍ରୁ ଘଉଡ଼ାଇବାକୁ ‘ଡିଓପିଟି’ ବଦ୍ଧପରିକର ହେବା ପରି ମନେହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/64939168.png)