ଜମ୍ମୁ ଓ କଶ୍ମୀର: ଉରି ସେକ୍ଟର୍‌ରେ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର; ୫ ଆତଙ୍କବାଦୀ ନିହତ

ଶ୍ରୀନଗର: ସୋମବାର ଦିନ ନିରାପତ୍ତା ବଳ ଜମ୍ମୁ ଓ କଶ୍ମୀର ଅନ୍ତୁର୍ଗତ ଉରି ସେକ୍ଟର୍‌ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଏକ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବାକୁ ଯାଇ ଜୈସ୍‌-ଇ-ମହମ୍ମଦର ୫ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା କଥା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଜମ୍ମୁ ଓ କଶ୍ମୀର ପୁଲିସ, ସେନା ଓ କେନ୍ଦ୍ରୀର ସଶସ୍ତ୍ର ପୁଲିସ ବଳଙ୍କ ମିଳିତ ଅଭିଯାନରେ ଉରି ସେକ୍ଟର୍‌ର ଦୁଲାଞ୍ଜା ଠାରେ ୫ ଜଣ ଏଇଏମ୍‌ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ପୁଲିସ ମହାନିର୍ଦେଶକ ଏସ୍‌ପି ବୈଦ କହିଛନ୍ତି।

ଅନ୍ୟ ଜଣେ ଆତଙ୍କବାଦୀଙ୍କୁ ନିରାପତ୍ତା ବଳ ଖୋଜୁଥିବା କଥା ସେ କହିଛନ୍ତି।

ସମ୍ବନ୍ଧିତ ଖବର