ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ଆଜି ସୁରକ୍ଷା ବାହିନୀକୁ ଏକ ବଡ ଧରଣର ସଫଳତା ମିଳିଛି । ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦର ଜଣେ ପ୍ରମୁଖ କମାଣ୍ଡର ମହମ୍ମଦ ଇସମାଇଲ ଆଲଭି ଓରଫ ଲମ୍ବୁ ଆଜି ସେନା ଗୁଳିରେ ନିହତ ହୋଇଛି । ସେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ସମ୍ପର୍କୀୟ ଥିଲା । ଏହା ସହିତ ଭାରତୀୟ ସେନା ୨୦୧୯ରେ ହୋଇଥିବା ପୁଲଓ୍ବାମା ଆକ୍ରମଣରେ ସଂପୃକ୍ତ ଥିବା ଶେଷ ଆତଙ୍କବାଦୀକୁ ମାରିବା ସହ ନିଜର ପ୍ରତିଶୋଧ ପୂରଣ କରିଛି ।
ଲମ୍ବୁ ପୁଲଓ୍ବାମା ଆକ୍ରମଣର ଜଣେ ମାଷ୍ଟରମାଇଣ୍ଡ ଥିଲା । ସେ ଆତ୍ମଘାତି ବିସ୍ଫୋରଣ କରିଥିବା ସ୍ଥାନୀୟ ଯୁବକ ଆଦିଲକୁ ତାଲିମ ଦେଇଥିଲା ବୋଲି ଭାରତୀୟ ସେନାର ଚିନାର କପ୍ସ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଡିପି ପାଣ୍ଡେ କହିଛନ୍ତି । ପୁଲଓ୍ବାମା ଆକ୍ରମଣର ତଦନ୍ତ କରୁଥିବା ଏନଆଇଏ ରିପୋର୍ଟରେ ବି ଲମ୍ବୁର ନାଁ ଥିଲା ।
ସୂଚନାଯୋଗ୍ୟ ଯେ ଫେବ୍ରୁଆରି ୧୪, ୨୦୧୯ରେ କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତ୍ମଘାତି ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହା ପରେ ଭାରତ ପାକିସ୍ତାନର ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ କରି ପ୍ରତିଶୋଧ ନେଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/pulwama_terrorist.jpg)