କଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୁଙ୍କ ଇସ୍ତଫା

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଆଜି ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ତାଙ୍କର ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ମୁର୍ମୁଙ୍କୁ ପରବର୍ତ୍ତୀ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି। ବିଦାୟୀ ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରିଶ ମୁର୍ମୁଙ୍କୁ ନୂଆ ସିଏଜି କରାଯାଇପାରେ।

ତେବେ ରାଷ୍ଟ୍ରପତି ତାଙ୍କର ଇସ୍ତଫାକୁ ଗ୍ରହଣ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ ଯେ ଧାରା ୩୭୦ ଉଚ୍ଛେଦ ପରେ ନୂଆକରି ସୃଷ୍ଟି ହୋଇଥିବା ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଗତ ଗତବର୍ଷ ଅକ୍ଟୋବରରେ ମୁର୍ମୁ ପ୍ରଥମ ଉପ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ।

ଶ୍ରୀ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ମାଟିର ସନ୍ତାନ ଏବଂ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦପଦବିରେ ଅବସ୍ଥାପିତ ହୋଇ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି।

ସମ୍ବନ୍ଧିତ ଖବର