ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍‌-ଏ-ତୈବା’ ଆର୍ଥିକ ନେଟ୍‌ୱାର୍କର ଛଅ ଜଣ ସାହାଯ୍ୟକାରୀଙ୍କୁ ଗିରଫ କଲା ଜମ୍ମୁ ଓ କଶ୍ମୀର ପୁଲିସ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲା ସମ୍ବନ୍ଧୀୟ ତଦନ୍ତ‌ ପ୍ରକ୍ରିୟାରେ ଶନିବାର ଦିନ ଜମ୍ମୁ ଓ କଶ୍ମୀର ପୁଲିସର ସ୍ପେସାଲ୍ ଅପରେସନ୍‌ ଗ୍ରୁପ୍ ଅନ୍ୟୂନ ଛଅ ଜଣଙ୍କୁ ଗିରଫ କରିଛି।

ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରଦାନ କରି ଜମ୍ମୁ ପୁଲିସ୍‌ ଇନ୍‌ସ୍ପେକ୍ଟର୍‌ ଜେନେରାଲ୍‌ ମୁକେଶ ସିଂହ କହିଛନ୍ତି, ଜମ୍ମୁରେ ଲଶ୍କର୍‌-ଏ-ତୈବାକୁ ସାହାଯ୍ୟ କରୁଥିବା ଟେରର୍‌-ଫାଇନାନ୍‌ସିଙ୍ଗ୍‌ ନେଟ୍‌ୱାର୍କ ସମ୍ପର୍କରେ ସୂଚନା ପାଇବା ପରେ ସ୍ପେସାଲ୍ ଅପରେସନ୍ ଗ୍ରୁପ୍ ମୁଦାସିର ଫାରୁକ ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କୁ ପଚରା ଉଚୁରା କରିଥିଲା। ଲଶ୍କର-ଏ-ତୈବା ସହ ତା’ର ସମ୍ପୃକ୍ତି ଥିବା କଥା ସେ ସ୍ବୀକାର କରିଛି।

Image Courtesy of Deccan Herald

ତାଙ୍କ ଠାରୁ ପ୍ରାପ୍ତ ସୂଚନା ଅଧାରରେ ସ୍ପେସାଲ୍ ଅପରେସନ୍ ଗ୍ରୁପ୍ ଲଶ୍କର-ଏ-ତୈବା ସହ ଜଡ଼ିତ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଉଛନ୍ତି ତୌକିର୍ ଅହମଦ ଭଟ, ଅସିଫ ଭଟ, ଖଲିଦ ଲତିଫ ଭଟ, ଗାଜି ଇକ୍‌ବାଲ୍ ଏବଂ ତାରିକ୍‌ ହୁସେନ୍ ମିର।

ସେମାନେ ଅଗଷ୍ଟ ୫ କିଂବା ଅଗଷ୍ଟ ୧୫ ପାଇଁ କୌଣସି କାର୍ଯ୍ୟକଳାପ ନିମନ୍ତେ ଯୋଜନା କରିଥିବା ସମ୍ବନ୍ଧରେ ଆମ ନିକଟରେ ନିର୍ଦ୍ଦିଷ୍ଟ ସୂଚନା ନାହିଁ। କିନ୍ତୁ, ଉଦ୍ୟମ ପୁନଃସକ୍ରିୟ ହୋଇଥିବାରୁ ଭବିଷ୍ୟତ ନିମନ୍ତେ ସେମାନେ କୌଣସି ବଡ଼ ଯୋଜନା କରୁଥିଲେ।

 

ସମ୍ବନ୍ଧିତ ଖବର