ଜମ୍ମୁ-କଶ୍ମୀରରେ ୩ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି, ମୁଣ୍ଡ ଉପରେ ଘୋଷଣା ହେଲା ୩୦ ଲକ୍ଷ ପୁରସ୍କାର

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଆତଙ୍କବାଦ ଶେଷ କରିବାକୁ ଖୁବ୍‌ ଜୋର୍‌ରେ ଲାଗି ପଡ଼ିଛନ୍ତି ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ୍‌। ଆତଙ୍କବାଦୀ ନିପାତ କରିବା ପାଇଁ ଜମ୍ମୁ-କଶ୍ମୀରର କିସ୍ତଓ୍ଵାର୍‌ଠାରେ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ୩ ଜଣ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ପାଇଁ ସେନା ପକ୍ଷରୁ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।

ଯେଉଁ ୩ ଆତଙ୍କବାଦୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି ସେମାନେ ହେଲେ ରିୟାଜ ଅହମ୍ମଦ, ମହମ୍ମଦ ଅମିନ ଏବଂ ମୁଦାସିର୍‌ ହୁସେନ୍‌। ମହମ୍ମଦ ଅମିନଙ୍କ ମୁଣ୍ଡ ଉପରେ କେବଳ ସେନା ୧୫ ଲକ୍ଷ ଘୋଷଣା କରିଥିବା ବେଳେ ବାକି ଦୁଇ ଜଣଙ୍କ ନାମରେ ସଢ଼େ ସାତ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି।

ପୁଲିସ୍‌ ପକ୍ଷରୁ ଏହା ବି କହାଯାଇଛି ଯେ ଯିଏ ଏହି ଆତଙ୍କବାଦୀଙ୍କ ସଂପର୍କରେ ସୂଚନା ପ୍ରଦାନ କରିବ ସେମାନଙ୍କ ପରିଚୟକୁ ଗୋପନ ରଖାଯିବ। ଏହି ୩ ଜଣ ଆତଙ୍କବାଦୀ ଘାଟୀରେ ହୋଇଥିବା ଏକ ଆତଙ୍କବାଦ ଆକ୍ରମଣରେ ସଂପୃକ୍ତ ଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର