ସିସିଟିଭିରେ କଏଦ ହେବ ଆତଙ୍କବାଦୀଙ୍କ କାରନାମା, ଆତଙ୍କବାଦୀଙ୍କୁ ନିପାତ ପାଇଁ ପୁଲିସକୁ ମିଳିଲା ସ୍ୱତନ୍ତ୍ର ଗାଡ଼ି

ଶ୍ରୀନଗର: ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବା ପାଇଁ ଜମ୍ମୁକାଶ୍ମୀର ପୁଲିସକୁ ମିଳିଛି ଏକ ସ୍ୱତନ୍ତ୍ର ଗାଡ଼ି | କାରଣ ଜାମ୍ମୁ କାଶ୍ମୀର ପୁଲିସଙ୍କୁ ଦିଆଯାଇଥିବା କମାଣ୍ଡ ଭେଇକିଲରେ ଏଭଳି ଅତ୍ୟାଧୁନିକ ସୁବିଧା ଦିଆଯାଇଛି ଯେ ଯାହାଦ୍ୱାରା ଆତଙ୍କବାଦୀଙ୍କ ପ୍ରତିଟି ଗୁଳିର ଜବରଦସ୍ତ ଜବାବ ଦେବାକୁ ଏବେ ଜମ୍ମୁକାଶ୍ମୀର ପୁଲିସ ସକ୍ଷମ ହେବେ | ଜାମ୍ମୁ କାଶ୍ମୀର ପୁଲିସର କ୍ରାଇସିସ ରେସପନ୍ସ ଟିମକୁ ଏହି ଗାଡ଼ି ଦିଆଯାଇଥିବା ବେଳେ ଏହାର ସୁବିଧା ବାବଦରେ ଜାଣନ୍ତୁ |

ଏହି ଗାଡ଼ିଟି ସମ୍ପୂର୍ଣ୍ଣ ବୁଲେଟ୍ ପ୍ରୁଫ୍ | ଅର୍ଥାତ ଆତଙ୍କବାଦୀଙ୍କ ଗୁଳି ଏହି ଗାଡିର କୌଣସି କ୍ଷତି କରିପାରିବ ନାହିଁ | ସେହିପରି ଏହି ଗାଡିରେ ୧୦ଟି ସିସିଟିଭି କ୍ୟାମେରା ଅଛି, ଯାହା ରାତିରେ ମଧ୍ୟ କାମ କରିବାକୁ ସକ୍ଷମ | ଏହି କ୍ୟାମେରା ମାଧ୍ୟମରେ, ତିନି କିଲୋମିଟର ଦୂରରେ ଘଟୁଥିବା ପ୍ରତ୍ୟେକ ଗତିବିଧିକୁ କଏଦ କରାଯାଇପାରିବ |

ଆତଙ୍କବାଦୀଙ୍କ ବିରୋଧରେ ଏହି ଗାଡି ବ୍ୟବହାର କରାଯିବ। ଏହି ଗାଡିରେ ରାଡାର ବ୍ୟବସ୍ଥା ଅଛି | ଏଥିସହ, ଯଦି ଏହାର ଟାୟାରରେ ଗୁଳି ବାଜିଯାଇଥାଏ, ତେବେ ଏହି ଗାଡ଼ି ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ | ଏହି ଗାଡି ଭିତରେ ବସି ପୁରା ଅପରେସନ୍ ଉପରେ ନଜର ରଖାଯାଇପାରିବ | ୪-୫ ଜଣ ଯବାନ ଏହି ଗାଡ଼ିରେ ବିଶ୍ରାମ ନେଇପାରିବେ | ଗାଡ଼ିରେ ଏୟାର କଣ୍ଡିସନ୍ ସିଷ୍ଟମ୍ ସହ ପ୍ରାଥମିକ ସହାୟତା କିଟ୍, ଖାଦ୍ୟ ଏବଂ ପାନୀୟ ସୁବିଧା ମଧ୍ୟ ଅଛି |

ସମ୍ବନ୍ଧିତ ଖବର