ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ

ଶ୍ରୀନଗର: ଫେବ୍ରୁଆରି ୧୪ରେ ଜମ୍ମୁ-କଶ୍ମୀରର  ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମୁଦସିର ଅହମ ଖାନ୍‌କୁ ଭାରତୀୟ ସେନା ନିପାତ କରିଛି । ମାଷ୍ଟରମାଇଣ୍ଡ ନିହତ ହେବା ପରେ ଏହାକୁ ସେନାର ବଡ଼ ସଫଳତା ବୋଲି କୁହାଯାଉଛି।

ଦକ୍ଷିଣ କାଶ୍ମୀରରେ ପୁଲଓ୍ଵାମା ଜିଲ୍ଲାର ତ୍ରାଲରେ ସୋମବାର ଏକ ଏନ୍‌କାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜୈସ୍‌-ଇ- ମହମ୍ମଦ ସଙ୍ଗଠନର କମାଣ୍ଡର ମୁଦସିର ଅହମଦ ଖାନ୍‌ ଓରଫ ମହମ୍ମଦ ଭାଇ ସାମିଲ ଥିବା କୁହାଯାଉଛି।

ଏନ୍‌କାଉଣ୍ଟରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମୃତଦେହ ମଧ୍ୟରୁ ପରିବାର ଲୋକ ଜୈସ୍‌ର କମାଣ୍ଡର ମୁଦସିର ଖାନ୍‌ର ମୃତଦେହକୁ ଚିହ୍ନଟ କରିଥିବା ନେଇ ପୁଲିସ ସୋମବାର ସୂଚନା ଦେଇଛି। ମୃତଦେହର ଡିଏନ୍‌ଏ ପରୀକ୍ଷା କରାଯିବ। ଫରେନ୍ସିକ୍‌ ରିପୋର୍ଟ ଆସିବାର ଅପେକ୍ଷା ରହିଛି। ତେବେ ଯେଉଁ ଘରେ ଆତଙ୍କବାଦୀ ଲୁଚି ରହିଥିଲା ସେନା ସେହି ଘରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଛି । ପୁଲିସ ଏଯାବତ୍‌ ଦୁଇଟି ଶବକୁ ଜବତ କରିଛି।

ସମ୍ବନ୍ଧିତ ଖବର