ଶ୍ରୀନଗର: ବୁଧବାର ସକାଳୁ ଜମ୍ମୁ ଓ କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ପୌର ନିର୍ବାଚନ ଆରମ୍ଭ ହୋଇଛି। ଏଥିରେ ୧୦୨୯ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ।
କଠୋର ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୬ଟାରୁ ଭୋଟ୍ ଦାନ ଆରମ୍ଭ ହୋଇଛି। ସମଗ୍ର ରାଜ୍ୟର ୫୪୪ ଭୋଟ୍ ଦାନ କେନ୍ଦ୍ରରେ ଅପରାହ୍ଣ ୪ଟା ଯାଏଁ ଭୋଟ୍ ଗ୍ରହଣ କରାଯିବ।
ଅଧିକାରୀମାନେ କହିଛନ୍ତି, ୧୦୨୯ ପ୍ରାର୍ଥୀମାନଙ୍କ ମଧ୍ୟରୁ ଜମ୍ମୁ ଡିଭିଜନ୍ରୁ ୮୮୧ ଜଣ ଏବଂ କଶ୍ମୀର ଡିଭିଜନ୍ରୁ ୧୪୮ ପ୍ରାର୍ଥୀ ୨୬୩ ପୌର ଓ୍ଵାର୍ଡ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏଥିରୁ କଶ୍ମୀର ଡିଭିଜନ୍ର ୪୯ ଏବଂ ଜମ୍ମୁ ଡିଭିଜନ୍େ ୨୧୪ଟି ଆସନ ରହିଛି। ଅପ୍ରତିଦ୍ୱନ୍ଦ୍ୱି ଭାବେ ନିର୍ବାଚିତ ହୋଇଥିବା ୬୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬୧ ଜଣ ପ୍ରାର୍ଥୀ ହେଉଛନ୍ତି କଶ୍ମୀର ଉପତ୍ୟକାର। କଶ୍ମୀର ଉପତ୍ୟକାର ୫୬ଟି ଓ୍ଵାର୍ଡରୁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ସେଠାରେ ନିର୍ବାଚନ ହେଉ ନାହିଁ।
ନିର୍ବାଚନର ସୁ ପରିଚାଳନା ପାଇଁ ନିରାପତ୍ତା ବ୍ୟବସ୍ଥା ଅତି ଦୃଢ଼ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/jk.jpeg)