ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁପଓ୍ଵାରା ଜିଲ୍ଲାର ହଣ୍ଡଓ୍ଵାରା ଅନ୍ତର୍ଗତ କ୍ରାଲଗନ ଅଞ୍ଚଳରେ ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ଗୁଳିବିନିମୟ ଘଟନାରେ ନିରାପତ୍ତା ବଳ ଜଣେ ଆତଙ୍କବାଦୀକୁ ଗୁଳିମାରି ହତ୍ୟା କରିଛନ୍ତି।
ଅଳ୍ପ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟସ୍ଥଳରୁ ଗୁଡ଼ାଏ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ବୁଧବାର ରାତିରୁ ଆରମ୍ଭ ହୋଇଥିବା ଗୁଳି ବିନିମୟ ଘଟନାରେ ତଲାସ ଅଭିଯାନ ଏବେ ବି ଚାଲୁ ରହିଛି। ଉକ୍ତ ଗାଁରେ କେତେକ ଆହୁରି କେତେକ ଆତଙ୍କବାଦୀ ଛପି ରହିଥିବା ଖବର ମିଳିଛି
ହଣ୍ଡଓ୍ଵାରା ଓ କୁପଓ୍ଵାରା ଅଞ୍ଚଳରେ ଇଣ୍ଟର୍ନେଟ୍ ସେବା କାଟି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/enc.jpeg)