ଜମ୍ମୁ ଓ କଶ୍ମୀର: ଶୋପିଆଁ ଏନ୍‌କାଉଣ୍ଟର୍‌ରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ସୋମବାର ଦିନ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଦୁଇ ଜଣ ଆତଙ୍କବାଦୀ ଗୁଳି ଚୋଟରେ ନିହତ ହୋଇଛନ୍ତି। ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ଘଟଣାରେ ଏହି ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।

ମିଳିଥିବା ସର୍ବଶେଷ ଖବର ଅନୁସାରେ, ଘଟଣାସ୍ଥଳରୁ ଜଣେ ନିହତ ଆତଙ୍କବାଦୀର ଶବ ଉଦ୍ଧାର କରାଯାଇଛି। ଏ ପର୍ଯ୍ୟନ୍ତ ନିହତ ଆତଙ୍କବାଦୀର ପରିଚୟ ମିଳିନାହିଁ। ଏବେ ମଧ୍ୟ ଘଟଣାସ୍ଥଳରେ ଗୁଳି ବିନିମୟ ଚାଲୁ ରହିଛି।

ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ରହିଥିବା ବିଷୟରେ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ସେହି ଅନୁସାରେ, ନିରାପତ୍ତା ବଳ ସୋମବାର ସକାଳେ ଦକ୍ଷିଣ କଶ୍ମୀରର ରେବାନ ଅଞ୍ଚଳରେ କର୍ଡନ ଆଣ୍ଡ୍‌ ସର୍ଚ ଅଭିଯାନ ଆରମ୍ଭ କରିଥିଲା।

Image Source: The Tribune

ଏହି ସମୟରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବାରୁ ନିରାପତ୍ତା ବଳ ପାଲଟା ଗୁଳି ଚଳାଇଥିଲା। ଫଳରେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

ଏ ସଂକ୍ରାନ୍ତରେ ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର