ଜମ୍ମୁ ଓ କଶ୍ମୀର: ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ ଗିରଫ
ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଏବଂ ଜେକେଏଲ୍ଏଫ୍ ମୁଖ୍ୟ ୟାସିନ୍ ମଲିକଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଚଢ଼ଉ କରି ଗିରଫ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ସୋମବାର ଦିନ ସୁପ୍ରିମ୍ କୋର୍ଟରେ ଧାରା ୩୫-ଏ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପୂର୍ବରୁ ମଲିକଙ୍କୁ ଅଟକ ହୋଇଛନ୍ତି।
ଅନ୍ୟାନ୍ୟ ସୁବିଧା ଛଡ଼ା ଧାରା ୩୫-ଏ ଅନୁସାରେ ବାହାରର ଲୋକେ ଜମ୍ମୁ ଓ କଶ୍ମୀରରେ ସ୍ଥାବର ସମ୍ପତ୍ତି ଖରିଦ କରି ପାରିବେ ନାହିଁ।
ମଲିକଙ୍କୁ ତାଙ୍କ ମୈସୁମା ବାସଭବନରୁ ଗିରଫ କରାଯାଇ କୋଠିବାଗ ଥାନାକୁ ନିଆଯାଇଛି।
ଏହାଛଡ଼ା ଜମାତ-ଏ-ଇସ୍ଲାମ୍ ସହ ସମ୍ପୃକ୍ତ ଦୁଇ ଡଜନ ସରିକି ଲୋକଙ୍କୁ ମଧ୍ୟ କେନ୍ଦ୍ରୀୟ, ଉତ୍ତର ଓ ଦକ୍ଷିଣ କଶ୍ମୀର ଅଞ୍ଚଳରୁ ଧରାଯାଇ ଅଟକ ରଖାଯାଇଛି।
ଅଟକ ସଂକ୍ରାନ୍ତରେ ପୁଲିସ ଏ ପର୍ଯ୍ୟନ୍ତ କୌଣସି ବିବୃତି ଦେଇ ନାହିଁ।
ଅଟକ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ହେଲେ ଜମାତ-ଏ-ଇସ୍ଲାମ୍ର ମୁଖ୍ୟ ଡକ୍ଟର୍ ଅବ୍ଦୁଲ୍ ହମିଦ ଫୟାଜ୍, ଆଡ୍ଭୋକେଟ୍ ଜାହିଦ ଅଲି, ଗୁଲାମ୍ କାଦିର ଲୋନ୍ ଆଦି ନେତା।