ଶ୍ରୀନଗର: ରବିବାର ଦିନ ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲା ଅନ୍ତର୍ଗତ ହରିପରିଗାମ୍‌ ତ୍ରାଲ୍‌ ଅଞ୍ଚଳରେ ଆତଙ୍କବାଦୀମାନେ ଘରେ ପ୍ରବେଶ କରି ଜଣେ ସ୍ବତନ୍ତ୍ର ପୁଲିସ ଅଧିକାରୀ (ଏସ୍‌ଓପି) ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଅଜ୍ଞାତ ଆତଙ୍କବାଦୀମାନଙ୍କ ଗୁଳିବର୍ଷଣରେ ସେମାନଙ୍କ ଝିଅ ମଧ୍ୟ ଆହତ ହୋଇଛନ୍ତି।

Advertisment

publive-image Image Courtesy of NDTV

ପ୍ରାପ୍ତ ସୂଚନା ଅନୁସାରେ, ଗତରାତି ପ୍ରାୟ ୧୧ଟା ବେଳେ ଆତଙ୍କବାଦୀମାନେ ଏସ୍‌ପିଓ ଫୟାଜ୍ ଅହମ୍ମଦଙ୍କ ଘରେ ଧଷେଇ ପଶି ନିର୍ବିଚାର ଭାବେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିକାଣ୍ଡରେ ତାଙ୍କ ପତ୍ନୀ ଓ କନ୍ୟା ସାଙ୍ଘାତିକ ଆହତ ହୋଇଥିଲେ। ତନିଜଣଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଫୟାଜ୍‌ ଏବଂ ତାଙ୍କ ପତ୍ନୀ ରାଜା ବେଗମ୍‌ଙ୍କର ମୃତ୍ୟୁ ଘଟିଲା। ଅବସ୍ଥା ସଙ୍କଟାପନ୍ନ ଥିବା ସେମାନଙ୍କ ଝିଅ ରଫିଆକୁ ଶ୍ରୀନଗରସ୍ଥିତ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ପୁଲିସ ଆତତାୟୀମାନଙ୍କର ସନ୍ଧାନ ନେଉଛି। ପୁଲିସ କହିବା ଅନୁସାରେ, ନିହତ ଫୟାଜ୍ ଅହମଦ୍‌ ଥିଲେ ଅବନ୍ତୀପଡ଼ା ଅନ୍ତର୍ଗତ ହରିପରିଗ୍ରାମର ବାସିନ୍ଦା।