ଜମ୍ମୁ ଓ କଶ୍ମୀର: ଶୋପିଆଁ ଏନ୍‌କାଉଣ୍ଟର୍‌ରେ ୩ ଆତଙ୍କବାଦୀ ନିହତ, ତଲାସ ଅଭିଯାନ ଜାରି

ଶ୍ରୀନଗର: ଗତରାତିରେ ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ବଡ଼ିଗାମ୍‌ ଗାଁରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ନିହତ ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସମେତ ଅନେକ ଅପରାଧିକ ସାମଗ୍ରୀ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ନିହତ ଆତଙ୍କବାଦୀମାନଙ୍କର ପରିଚୟ ମିଳିନାହିଁ।

Image Courtesy of Zee News

ଏ ସଂକ୍ରାନ୍ତରେ କଶ୍ମୀର ଜୋନ୍‌ ପୁଲିସ୍‌ ଟୁଇଟ୍‌ କରି ଲେଖିଛି, ଶୋପିଆଁ ଏନ୍‌କାଉଣ୍ଟର୍‌ର ସଦ୍ୟ ତଥ୍ୟ: ୦୩ ଅଜ୍ଞାନ୍ତ ଆତଙ୍କବାଦୀ ନିହତ। ଅସ୍ତ୍ରଶସ୍ତ୍ର ସମେତ ଅପରାଧିକ ସାମଗ୍ରୀ ଉଦ୍ଧାର। ତଲାସ ଚାଲିଛି। ପରେ ପରେ ପୂର୍ଣ୍ଣ ବିବରଣୀ ଆସିବ।

Image Courtesy of India Today

ଜଣେ ଶୀର୍ଷସ୍ତରୀୟ ପୁଲିସ ଅଧିକାରୀ କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ବଡ଼ିଗାମ୍‌ରେ ପୁଲିସ, ସେନା ଓ ସିଆର୍‌ପିଏଫ୍‌ର ମିଳିତ ଟିମ୍‌ ‘କର୍ଡନ୍‌ ଆଣ୍ଡ୍‌ ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ। ମିଳିତ ତଲାସକାରୀ ଦଳ ସନ୍ଦିଗ୍ଧ ସ୍ଥାନଟିକୁ ଘେରାଉ କରିବାରୁ ଭିତରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ତଲାସକାରୀ ଦଳଙ୍କ ଉପରକୁ ଗୁଳି ଚଳାଇଥିଲେ।ତଲାସକାରୀ ଦଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

ଅଧିକାରୀଜଣକ ଆହୁରି ମଧ୍ୟ କହିଛନ୍ତି, ପ୍ରାଥମିକ ରିପୋର୍ଟ ଅନୁସାରେ, କର୍ଡନ୍‌ ମଧ୍ୟରେ ଦୁଇତିନିଜଣ ଆତଙ୍କବାଦୀ ରହିଥିଲେ। ଅଭିଯାନ ଶେଷ ହେବା ପରେ ଆତଙ୍କବାଦୀମାନଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ।

ସମ୍ବନ୍ଧିତ ଖବର