ଶ୍ରୀନଗର: ଶନିବାର ସକାଳେ ଜମ୍ମୁ ଓ କଶ୍ମୀରର ପୁଲ୍ୱାମା ଜିଲ୍ଲାର ଅବନ୍ତୀପୋରା ସହରରେ ଏନ୍କାଉଣ୍ଟର୍ କାରଣରୁ ଦୁଇ ଜଣ ଆତଙ୍କବାଦୀ ଏବଂ ତାଙ୍କର ଜଣେ ସହଯୋଗୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି।
ଭାରତୀୟ ସେନାବାହିନୀ କୁମାୟୁଁ ରେଜିମେଣ୍ଟ୍ର ୫୦ ରାଷ୍ଟ୍ରୀୟ ରାଇଫଲ୍ସ, ସିଆର୍ପିଏଫ୍ର ୧୩୦ ବାଟାଲିୟନ୍ ଏବଂ ଜମ୍ମୁ ଓ କଶ୍ମୀର ପୁଲିସର ମିଳିତ ବଳ ଅବନ୍ତୀପୋରାର ଗୋରିପୋରା ଅଞ୍ଚଳରେ ପାହାନ୍ତା ପୂର୍ବରୁ କର୍ଡନ୍ ଓ ସର୍ଚ ଅଭିଯାନ ଆରମ୍ଭ କରିଥିଲା। ସେଠାରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲା।
ତଲାସକାରୀ ବଳଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ତଲାସକାରୀ ବଳ ପାଲଟା ଗୁଳିଚଳାଇବାରୁ ତାହା ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା।
ରିପୋର୍ଟ ଲେଖାହେବା ଯାଏଁ ସମ୍ପୃକ୍ତ ସ୍ଥାନରେ ତଲାସ ଅଭିଯାନ ଜାରି ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/jk-2.jpg)