ଜମ୍ମୁ ଓ କାଶ୍ମୀରର ୨ଟି ସ୍ଥାନରେ ଏନକାଉଣ୍ଟର: ୨ ଆତଙ୍କବାଦୀ ମୃତ,

ଜାମ୍ମୁ: ଆଜି ଭୋରରୁ ଜମ୍ମୁ ଓ କାଶ୍ମୀରର ୨ଟି ସ୍ଥାନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି। ଏଥିିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଜଣେ ଯବାନ ସହିଦ ହୋଇଥିିବା ସୂଚନା ମିଳିଛି। ତେବେ ଏ ନେଇ ସେନା ପକ୍ଷରୁ ସ୍ପଷ୍ଟିକରଣ ମିଳି ପାରି ନାହିଁ।

ଜାମ୍ମୁ ଓ କଶ୍ମୀରର କୁଲଗାମ୍‌ ଜିିଲ୍ଲାର ରେଦଓ୍ଵାନି ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ବଡ଼ି ଭୋରରୁ  ଗୁଳି ବିନିମୟ ଆରମ୍ଭ ହୋଇଛି। ଏହି ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ଯବାନଙ୍କ ଗୁଳିରେ ମୃତ୍ୟୁବରଣ କରିଛନ୍ତି। ତେବେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ସେହି ଅଞ୍ଚଳକୁ କର୍ଡନ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ସେଠାରେ ଛପି ରହିଥିବା ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଉଥିବା ସୂଚନା ମିଳିଛି।

ଗୋଟିଏ ପଟେ କୁଲଗାମ୍‌ ଠାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଏନକାେଉଣ୍ଟର ଚାଲିଥିିବା ବେଳେ ପୁଲଓ୍ଵାମାଠାରେ ଦ୍ୱିତୀୟ ଏନକାଉଣ୍ଟର ନେଇ ସୂଚନା ମିଳିଛି।  କେତେକ ଆତଙ୍କବାଦୀ ପୁଲଓ୍ଵାମା ଜିଲ୍ଲାର ଟ୍ରାଲର ହାଫୁ  ଅଞ୍ଚଳରେ ଛପି ରହିଥିବା ସୂଚନା ପାଇ ସୁରକ୍ଷା କର୍ମୀମାନେ ସେଠାକୁ ସର୍ଚ୍ଚ ଅପରେସନ୍‌ ପାଇଁ ଯାଇଥିିବା ବେଳେ ଆତଙ୍କବାଦୀମାନେ  ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଛନ୍ତି।

ଜବାବରେ ସୁରକ୍ଷା କର୍ମୀମାନେ ଆତଙ୍କବାଦୀମାନଙ୍କୁ ମୁହଁତୋଡ଼ ଜବାବ ଦେଉଛନ୍ତି। ସମଗ୍ର ଅଞ୍ଚଳକୁ କର୍ଡ଼ନ କରି ସେନା  ଆତଙ୍କବାଦୀମାନଙ୍କୁ ଧରବା ପାଇଁ ଅପରେସନ୍‌କୁ ଜୋରଦାର କରିଛି। ସୂଚନା ଯୋଗ୍ୟ ଯେ ଗତ ୧୦୦ ଘଣ୍ଟା ମଧ୍ୟରେ ସେନା ଗୁଳିରେ ୧୪ ଜଣ ଆତଙ୍କବାଦୀ ପ୍ରାଣ ହରାଇ ସାରିଲେଣି।

ସମ୍ବନ୍ଧିତ ଖବର