ନୂଆଦିଲ୍ଲୀ: ଦକ୍ଷିଣ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାର ଦ୍ରାବ୍‌ଗ୍ରାମ୍‌ଠାରେ ଏକ ଏନ୍‌କାଉଣ୍ଟର ସୁରକ୍ଷାକର୍ମୀମାନେ ଦୁଇଜଣ ହିଜବୁଲ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଦ୍ରାବ୍‌ଗ୍ରାମ୍‌  ବାସିନ୍ଦା ସମୀର ଭଟ୍ଟ ଏବଂ ରାଜପୋରାର ଆକ୍ୱିନ୍‌ ଖାନ୍‌ ସୋମବାର ସୁରକ୍ଷାକର୍ମୀଙ୍କ ସହ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି। ଏନ୍‌କାଉଣ୍ଟରରେ ଜଣେ ନାଗରିକ ମଧ୍ୟ ନିହତ ହୋଇଥିବା ଜଣାପଡ଼ିଛି।

Advertisment

ଜମ୍ମୁକଶ୍ମୀରର ଜଣେ ନିୟମିତ ପଥର ଫିଙ୍ଗାଳି ସମୀର ଭଟ୍ଟ ଓରଫ ସମୀର ଟାଇଗର ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍‌ ମୁଜାହିଦ୍ଦିନ୍‌ର ଏ ପ୍ଲସପ୍ଲସ୍‌ ପର୍ଯ୍ୟାୟର ଆତଙ୍କବାଦୀ।  ସେ ବହୁ ଅପରାଧରେ  ସଂଶ୍ଳିଷ୍ଟ ରହିଛି। ୨୦୧୬ ମାର୍ଚ୍ଚ ୨୪ରେ ସେ ପଥର ଫିଙ୍ଗିବା ଅଭିଯୋଗରେ ଗିରଫ ହୋଇ ମାତ୍ର ୫ଦିନ ପରେ ମୁକୁଳି ଯାଇଥିଲା। ଏହାପରେ ସମୀର ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲା।

publive-image

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଦ୍ରାବ୍‌ଗ୍ରାମ୍‌ଠାରେ ଗୁଳିବିନିମୟ ଚାଲିଥିବା ବେଳେ ବହୁ ପ୍ରଦର୍ଶନକାରୀ ଏହାକୁ ବିରୋଧ କରିଥିଲେ। ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ଫିଙ୍ଗିବା ଫଳରେ ପରିସ୍ଥିତ ବିଗିଡ଼ି ଯାଇଥିଲା। ଏହି ପରିସ୍ଥିତିରେ ସାହିଦ ଦାର ନାମକ ଜଣେ ୨୫ବର୍ଷୀୟ ଯୁବକଙ୍କ ଦେହରେ ଗୁଳି ବାଜିଥିଲା। ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ସେହିପରି ଏନକାଉଣ୍ଟର ସମୟରେ ସେନାର ଜଣେ ମେଜର ଓ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି।