ଜେନିଭା: ‘ଜମ୍ମୁ- କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲା, ଆଜି ବି ରହିଛି ଏବଂ ଆଗାମୀ ଭବିଷ୍ୟତରେ ମଧ୍ୟ କାଳ କାଳ ପାଇଁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ’; ବୋଲି ଆଜି ମିଳିତ ଜାତିସଂଘ ମାନବାଧିକାର ପରିଷଦର ୪୩ତମ ଅଧିବେଶନରେ ବେଶ ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ (ପଶ୍ଚିମ) ତଥା ବରିଷ୍ଠ କୂଟନୀତିଜ୍ଞ ବିକାଶ ସ୍ୱରୂପ।

Advertisment

ଭାରତ ସରକାର ଜମ୍ମୁ- କଶ୍ମୀରରୁ ଧାରା ୩୭୦କୁ ପ୍ରତ୍ୟାହାର କରିନେବା ପରେ ଏବେ ଏହି ଘଟଣାରେ ପାକିସ୍ତାନ ମାତ୍ରାଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏବଂ ଏ ମାମଲାରେ ବିଶ୍ୱ ସମୁଦାୟର ହସ୍ତକ୍ଷେପ ଲୋଡ଼ି ଏବେ ଡହଳ ବିକଳ ହେଉଥିବା ବେଳେ ଜାତିସଂଘ ମାନବାଧିକାର ପରିଷଦର ୪୩ତମ ଅଧିବେଶନରେ ଭାରତୀୟ କୂଟନୀତିଜ୍ଞ ଏ ପ୍ରକାରର ରୋକଠୋକ୍‌ ଚେତାବନୀ ଶୁଣାଇବା ଘଟଣା ପାକିସ୍ତାନକୁ ଆଉ ଏକ ଜୋର ଝଟକା ଲଗାଇଛି।

publive-image Global Times

ଗତ ଫେବ୍ରୁଆରି ୨୪ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମିଳିତ ଜାତିସଂଘ ମାନବାଧିକାର ପରିଷଦର ୪୩ତମ ଅଧିବେଶନରେ ଅଂଶଗ୍ରହଣ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ (ପଶ୍ଚିମ) ତଥା ବରିଷ୍ଠ କୂଟନୀତିଜ୍ଞ ବିକାଶ ସ୍ୱରୂପ ଆଜି କହିଛନ୍ତି ଯେ ଭାରତର ପଡ଼ୋଶୀ ପାକିସ୍ତାନ ଏବେ ଆତଙ୍କବାଦ ଓ ଆତଙ୍କବାଦୀଙ୍କ ଏନ୍ତୁଡ଼ିଶାଳ ପାଲଟିଛି। ପାକିସ୍ତାନର ଉଦାହାରଣ ଦେଇ ସେ କହିଛନ୍ତି ଯେ ଯେଉଁ ଦେଶ ପ୍ରତ୍ୟକ୍ଷ ଭାବେ ଆତଙ୍କବାଦକୁ ନିୟନ୍ତ୍ରଣ କରୁଛି, ଆତଙ୍କବାଦୀମାନଙ୍କୁ ଆର୍ଥିକ ସହାୟତା ଦେବା ସହ ସେମାନଙ୍କୁ ନିଜ ମାଟିରେ ଅଭୟ ଆଶ୍ରୟ ପ୍ରଦାନ କରୁଛି, ସେ ଦେଶ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନଷ୍ଠାନଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ମିଳିତ ଜାତିସଂଘ ମାନବାଧିକାର ପରିଷଦର ୪୩ତମ ଅଧିବେଶନରେ ଅଂଶ ଗ୍ରହଣ କରିବା ଅବସରରେ ଦାବି କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ (ପଶ୍ଚିମ) ତଥା ବରିଷ୍ଠ କୂଟନୀତିଜ୍ଞ ବିକାଶ ସ୍ୱରୂପ।