ଜମ୍ମୁ ଓ କଶ୍ମୀର: ଅବନ୍ତୀପୋରା ଏନ୍‌କାଉଣ୍ଟର୍‌ରେ ଜାକିର ମୁସାର ଉତ୍ତରାଧିକାରୀ ନିହତ

ଶ୍ରୀନଗର: ଗତ ସନ୍ଧ୍ୟାରେ ଜାକିର ମୁସାର ଉତ୍ତରାଧିକାରୀ ଏବଂ କଶ୍ମୀର ଅଲ୍‌-କାଏଦା ୟୁନିଟ୍‌ର ମୁଖ୍ୟ ହମିଦ ଲେଲ୍‌ହାରି ଗୁଳି ଚୋଟରେ ନିହତ ହୋଇଛନ୍ତି।

ମେ ୨୦୧୯ରେ ଜାକିର ମୁସାଙ୍କ ମୃତ୍ୟୁ ପରେ ଅଲ୍‌-କାଏଦା ଅନୁବନ୍ଧିତ ଅନ୍‌ସାର୍‌ ଘଜଓ୍ଵାତ୍‌-ଉଲ୍‌-ହିନ୍ଦ୍‌ ହମିଦ୍‌ ଲେଲ୍‌ହାରିଙ୍କୁ ତା’ର ନୂଆ କମାଣ୍ଡର୍‌ ବୋଲି ଘୋଷଣା କରିଥିଲା। ପୁଲ୍‌ଓ୍ଵାମାବାସୀ ହମିଦଙ୍କୁ ୩୦ ବର୍ଷ ବୟସ ହୋଇଥିଲା।

ହମିଦ ଲେହାରି ଏବଂ ତାଙ୍କ ସହଯୋଗୀମାନଙ୍କ ମଧ୍ୟରୁ ଦୁଇ ଜଣ ମଙ୍ଗଳବାର ସନ୍ଧ୍ୟାରେ ଅବନ୍ତୀପୋରା ଠାରେ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ନିରାପତ୍ତା ବଳ ଅବନ୍ତୀପୋରା ଉପକଣ୍ଠରେ ସର୍ଚ ଓ କଡର୍ଣ୍ଣ ଆରମ୍ଭ କରିଥିଲା।

ଘଟଣାସ୍ଥଳରୁ ବ୍ୟାପକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ସମ୍ବନ୍ଧିତ ଖବର