ମାର୍ଗାରେଟଙ୍କୁ ସମର୍ଥନ କରିବାକୁ ଘୋଷଣା କଲା ଜେଏମଏମ, ମାୟାବତୀଙ୍କ ଦଳ ସମର୍ଥନ କରିବ କାହାକୁ ଜାଣନ୍ତୁ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ​​ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି (ଏଏପି) ବିରୋଧୀ ଦଳର ପ୍ରାର୍ଥୀ ମାର୍ଗରେଟ ଆଲଭାଙ୍କୁ ସମର୍ଥନ କରିବ। ଏଥି ସହିତ, ଝାଡଖଣ୍ଡର ଶାସକ ଦଳ ଜେଏମଏମ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ ଘୋଷଣା କରିଛି। ରାଷ୍ଟ୍ରପତି ନିର୍ବାଚନରେ ​​ଜେଏମଏମ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲା। ସୂଚନା ଥାଉ କି ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ମାର୍ଗାରେଟଙ୍କୁ ସମର୍ଥନ କରିବାକୁ ଜେଏମଏମ ସଭାପତି ଶିବୁ ସୋରେନ ସାଂସଦମାନଙ୍କୁ ଜଣାଇଦେଇଛନ୍ତି |

ଜେଏମଏମ ପକ୍ଷରୁ ସାଂସଦମାନଙ୍କୁ ଜାରି କରାଯାଇଥିବା ଚିଠିରେ ଲେଖାଯାଇଛି ଯେ “ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀଦଳ ତରଫରୁ ମାର୍ଗରେଟ ଆଲଭାଙ୍କୁ ପ୍ରାର୍ଥୀ କରାଯାଇଛି | ଆଉ ତାଙ୍କୁ ହିଁ ସମର୍ଥନ କରିବାକୁ ଆମ ଦଳ ନିଷ୍ପତ୍ତି ନେଇଛି | ଆଲଭା ଅତୀତରେ ସମସ୍ତ ସାଂସଦଙ୍କୁ ଏକ ଚିଠି ଲେଖି କହିଥିଲେ ଯେ ସେ ନିର୍ବାଚିତ ହେଲେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉତ୍ତମ ସମ୍ପର୍କ ସହ ଜାତୀୟ ପ୍ରସଙ୍ଗରେ ସହମତି ଭିତ୍ତିରେ କାର୍ଯ୍ୟ କରିବେ ଏବଂ ସଂସଦର ଗର୍ବଗୌରବ ଫେରାଇ ଆଣିବେ।

ସେ କହିଥିଲେ ଯେ, “ପରିବର୍ତ୍ତନର ସମୟ ଆସିଛି। ଉପ-ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପାର୍ଟି ହ୍ୱିପ ଅଧୀନରେ ଆସୁନଥିବାରୁ ଗୁପ୍ତ ମତଦାନ ଦ୍ୱାରା ଅନୁଷ୍ଠିତ ହୁଏ | ଅନ୍ୟପଟେ ବହୁଜନ ସମାଜ ପାର୍ଟି (ବିଏସପି) ସଭାପତି ମାୟାବତୀ ଧନଖଡ଼ଙ୍କୁ ସମର୍ଥନ ଜଣାଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ​​ସେ ଏନଡିଏକୁ ମଧ୍ୟ ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର