ନୂଆଦିଲ୍ଲୀ: ପୁଣି ଥରେ ବିବାଦରେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU)। ଗତକାଲି ବିଳମ୍ବିତ ରାତିରେ ସାବରମତୀ ହଷ୍ଟେଲ ବାହାରେ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବିବାଦୀୟ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଛି। ଭାଇରାଲ ହୋଇଥିବା ୩୫ସେକେଣ୍ଡର ଭିଡିଓରେ 'JNUର ଭୂମିରେ ମୋଦୀ-ଶାହଙ୍କ କବର ଖୋଳାଯିବ' ଭଳି ସ୍ଲୋଗାନ ଶୁଣିବାକୁ ମିଳୁଛି।
ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏବଂ ଜାନୁଆରି ୫, ୨୦୨୦ରେ କ୍ୟାମ୍ପସ ଉପରେ ହୋଇଥିବା ଆକ୍ରମଣର ଷଷ୍ଠ ବାର୍ଷିକୀ ପାଳନ ପାଇଁ ଏହି ପ୍ରତିବାଦ ଆୟୋଜନ କରାଯାଇଥିଲା। ବର୍ତ୍ତମାନ ଦିଲ୍ଲୀ ପୁଲିସରେ କେହି ଏନେଇ ଅଭିଯୋଗ କରିନଥିବାରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
"MODI SHAH KI KABRA KHUDEGI JNU KI DHARTI PAR"
— Pradeep Bhandari(प्रदीप भंडारी)🇮🇳 (@pradip103) January 6, 2026
Urban Naxals in support of Anti National Umar Khalid and Sharjeel Imam protested late night in JNU outside Sabarmati Hostel.
This is not protest, this appropriation of Anti India Thought!
Intellectual Terorist can be academics,… pic.twitter.com/vwDoiI63pf
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ଅଧ୍ୟକ୍ଷ ଅଦିତି ମିଶ୍ରା ଏହାକୁ ସମର୍ଥନ କରି କହିଛନ୍ତି ଯେ, "ଏହା ଏକ ପ୍ରତିବାଦ ନୁହେଁ ବରଂ ଜାନୁଆରି ୫ର ହିଂସାକୁ ସ୍ମରଣ କରିବା ପାଇଁ ଏକ ସମାବେଶ ଥିଲା। ଏହି ସ୍ଲୋଗାନଗୁଡ଼ିକ 'ଫାସିବାଦ ଚିନ୍ତାଧାରା' ବିରୋଧରେ ଥିଲା, ଯାହା ପାଇଁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଦାୟୀ।"
ସାପୁଆ କେଳାମାନେ ଡହଳବିକଳ ହେଉଛନ୍ତି
ଅନ୍ୟପକ୍ଷରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ କପିଲ ମିଶ୍ରା ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, "ସାପର ଫଣାକୁ ଦଳିଦିଆଯାଉଛି, ଆଉ ସାପୁଆ କେଳାମାନେ ଡହଳବିକଳ ହେଉଛନ୍ତି। JNUରେ ନକ୍ସଲବାଦୀ, ଆତଙ୍କବାଦୀ, ଦଙ୍ଗାକାରୀଙ୍କ ସମର୍ଥନରେ ଯେଉଁମାନେ ଅସଭ୍ୟ ସ୍ଲୋଗାନ ଦେଇଥିଲେ ସେମାନେ ହତାଶ ହୋଇଯାଇଛନ୍ତି କାରଣ ନକ୍ସଲବାଦୀମାନଙ୍କୁ ନିପାତ କରାଯାଉଛି, ଆତଙ୍କବାଦୀଙ୍କ ସହିତ ମୁକାବିଲା କରାଯାଉଛି, ଏବଂ ଦଙ୍ଗାକାରୀମାନଙ୍କୁ କୋର୍ଟ ଚିହ୍ନଟ କରିଛି।"
सांपों के फ़न कुचले जा रहें हैं
— Kapil Mishra (@KapilMishra_IND) January 6, 2026
सपोलें बिलबिला रहें हैं
JNU में नक्सलियों, आतंकियों, दंगाइयों के समर्थन में भद्दे नारें लगाने वाले हताश हैं क्योंकि नक्सली खत्म किए जा रहें हैं, आतंकी निपटाए जा रहें हैं और दंगाइयों को कोर्ट पहचान चुका है pic.twitter.com/LiHmVR7rU6
ସୋମବାର ସୁପ୍ରିମକୋର୍ଟ ୨୦୨୦ ମସିହା ଫେବ୍ରୁଆରି ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ସହ ଜଡ଼ିତ ବହୁତ ବଡ଼ ଷଡ୍ଯନ୍ତ୍ର ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ଜିଲ ଇମାମ ଓ ଉମର ଖାଲିଦଙ୍କ ଜାମିନ୍ ଆବେଦନ ଖାରଜ କରିଥିଲେ। ଏହାକୁ ବିରୋଧ କରି ଜେଏନୟୁରେ ଏଭଳି ସ୍ଲୋଗାନ ଦିଆଯାଇଥିବା ଜଣାଯାଇଛି।
ଆହୁରି ପଢ଼ନ୍ତୁ: Bangladesh Board Only Talk With ICC: ଏବେ ବିସିସିଆଇ ନୁହେଁ କେବଳ ICC ସହ କଥା ହେବୁ: ବାଂଲା କ୍ରିକେଟ ବୋର୍ଡ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/06/jnu-2026-01-06-13-03-27.jpg)