ଅଟକ ଛାତ୍ରନେତାଙ୍କୁ ପୁଲିସ ମୁକ୍ତ କରିବା ପରେ କ୍ୟାମ୍ପସ ଫେରିବାକୁ ରାଜି ହେଲେ ଜେଏନୟୁ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଧର୍ମଘଟ କରୁଥିବା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଛାତ୍ରଛାତ୍ରୀମାନେ କ୍ୟାମ୍ପକୁ ଫେରିବାକୁ ରାଜି ହୋଇଛନ୍ତି । ଅଟକ ରଖାଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁଲିସ ଛାଡିଦେବା ପରେ ଛାତ୍ରଛାତ୍ରୀମାନେ ସେମାନେ ଫେରିବାକୁ ରାଜି ହୋଇଛନ୍ତି ।
ବର୍ଦ୍ଧିତ ଫି ପ୍ରତ୍ୟାହାର ଦାବିରେ ଆଜି ଛାତ୍ରଛାତ୍ରୀମାନେ ସଂସଦ ଭବନ ଆଡକୁ ଯାଉଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇବା ସହ କେତେକ ଅନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା । ଏହା ଫଳରେ ଆନ୍ଦୋଳନ ଆହୁରି ଉଗ୍ରରୂପ ଧାରଣ କରିଥିଲା । ମୁକ୍ତ ହୋଇଥିବା ନେତାମାନେ ଏବେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ସହ ଆଲୋଚନା କରୁଛନ୍ତି ।

ସମ୍ବନ୍ଧିତ ଖବର