ନୂଆଦିଲ୍ଲୀ : ଜେଏନ୍‌ୟୁ (ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ) ଛାତ୍ର ସଂଗଠନ ଦ୍ବାରା ହଷ୍ଟେଲ୍‌ ଫି ବୃଦ୍ଧି ନେଇ ଦୀର୍ଘ ୧୬ ଦିନ ଧରି ଆନ୍ଦୋଳନ ହେବାପରେ ଶେଷରେ ବିଶ୍ବବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦ ଦ୍ବାରା ହଷ୍ଟେଲ୍‌ ଫି ହ୍ରାସ କରାଯାଇଛି। ଯେଉଁ ହଷ୍ଟେଲ୍‌ ରୁମ୍‌ର ଭଡ଼ା ୨୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ତାହା ଆନ୍ଦୋଳନ ପରେ ୨୦୦ ଟଙ୍କାକୁ ହ୍ରାସ କରାଯାଇଛି।