‌ଜେଏନ୍‌ୟୁ ଛାତ୍ର ସଂସଦ ସଭାପତିଙ୍କ ଦାବି, ପୁଲିସକୁ ପୂର୍ବରୁ ଅବଗତ କରିଥିଲି

ନୂଆଦିଲ୍ଲୀ: ଜବାହରଲାଲ୍‌ ନେହରୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷ ଗତକାଲିର ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିଲେ। ତେବେ ଐଶୀ ଆଜି ବିପଦମୁକ୍ତ ଅଛନ୍ତି ଏବଂ ସେ ହସ୍ପିଟାଲ୍‌ରୁ ଫେରିଛନ୍ତି। ଐଶୀ ଆଜି ଦିଲ୍ଲୀ ପୁଲିସ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଐଶୀ କହିଛନ୍ତି ଯେ, ହିଂସାର କିଛି ଘଣ୍ଟା ପୂର୍ବରୁ ବିଶ୍ବବିଦ୍ୟାଳୟ ପରିସରରେ କିଛି ଦୁର୍ବୃତ୍ତ ରୁଣ୍ଡ ହୋଇଥିବା ନେଇ ସେ ପୁଲିସକୁ ଅବଗତ କରିଥିଲେ। କିନ୍ତୁ ପୁଲିସ ଏଥିରେ ହସ୍ତକ୍ଷେପ କରିନଥିଲା। ଐଶୀ କହିଛନ୍ତି, ଏହା ଏକ ସଂଘବଦ୍ଧ ଆକ୍ରମଣ । ଜେଏନ୍‌ୟୁ ସୁରକ୍ଷାକର୍ମୀ ଏବଂ ହିଂସା ସୃଷ୍ଟିକାରୀଙ୍କ ମଧ୍ୟରେ କିଛି ଗୁପ୍ତ ବୁଝାମଣା ଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଛାତ୍ର ନେତ୍ରୀ ଐଶୀ ମଧ୍ୟ ଆକ୍ରମଣ ପାଇଁ ଭିସି ଏମ୍‌ ଜ‌ଗଦେଶ କୁମାରଙ୍କୁ ଦାୟୀ କରିଛନ୍ତି ଏବଂ ତାଙ୍କ ଇସ୍ତଫା ଦାବି କରିଛନ୍ତି। ଐଶୀଙ୍କ ଦାବି ଅନୁଯାୟୀ ସେ ଗତକାଲି ଅପରାହ୍ନ ୨.୩୦ରେ ପୁଲିସକୁ ଏ ସମ୍ପର୍କରେ ଅବଗତ କରିଥିଲେ। କିନ୍ତୁ ପୁଲିସ କିଛି ପଦ‌କ୍ଷେପ ନେଇନଥିଲା।

ସମ୍ବନ୍ଧିତ ଖବର