ଜେଏନ୍‌ୟୁ ଦେଶଦ୍ରୋହ ମାମଲା: କେଜ୍ରିଓ୍ଵାଲ କହିଲେ- ସଂପର୍କିତ ବିଭାଗକୁ ମୋକଦ୍ଦମା ଖୁବ୍‌ଶୀଘ୍ର ଫଇସଲା ପାଇଁ କହିବି

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ୨୦୧୬ ଫେବ୍ରୁଆରି ୯ରେ କଥିତ ରୂପେ ଦେଶବିରୋଧୀ ଶ୍ଲୋଗାନ ଦେବା ମାମଲାରେ ଆଇନଗତ ପ୍ରକ୍ରିୟା ସାମାନ୍ୟ ଆଗକୁ ବଢ଼ିଥିବା ଜଣାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦେଶଦ୍ରୋହ ମାମଲାରେ ଜେଏନ୍‌ୟୁ ଛାତ୍ର ସଂଘର ପୂର୍ବତନ ସଭାପତି କହ୍ନେୟା କୁମାର ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ପରିଚାଳନାକୁ ନେଇ ସଂପର୍କିତ ବଭାଗକୁ ଖୁବଶୀଘ୍ର ଫଇସଲା ଶୁଣାଇବାକୁ କହିଛନ୍ତି। ଦିଲ୍ଲୀର ଏକ ଅଦାଲତ ବୁଧବାର ଆପ୍‌ ସରକାରକୁ ଦେଶଦ୍ରୋହ ପ୍ରସଙ୍ଗରେ ମାମଲାରେ ମୋକଦ୍ଦମା ଚଳାଇବାର ମଞ୍ଜୁରୀ ପ୍ରସଙ୍ଗରେ ଏପ୍ରିଲ ୩ ଯାଏଁ ଷ୍ଟାଟର୍ସ ରିପୋର୍ଟ ଦାଖଲ କରିବାକୁ କହିବା ପରେ କେଜ୍ରିଓ୍ଵାଲଙ୍କ ବୟାନ ଆସିଛି।

ଗଣମାଧ୍ୟମର ପ୍ରତିନିଧିଙ୍କୁ କେଜ୍ରିଓ୍ଵାଲ କହିଛନ୍ତି କି, ସଂପର୍କିତ ବିଭାଗ (ଗୃହ)କୁ ମୋର କିଛି କହିବାର ଅଧିକାର ନାହିଁ। ମୁଁ ବିଭାଗର ଫଇସଲା ପରିବର୍ତ୍ତନ କରିପାରିବି ନାହିଁ। କିନ୍ତୁ ମୁଁ ସେମାନଙ୍କୁ ଏହାରି ଉପରେ ଖୁବଶୀଘ୍ର ଫଇସଲା ନେବାକୁ କହିବି। ସରକାରୀ ସୂତ୍ରରୁ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଦିଲ୍ଲୀ ସରକାରଙ୍କ ଗୃହ ବିଭାଗ ଏସଂପର୍କରେ ନିଷ୍ପତ୍ତି ନେବେ।

ପୁଲିସ କହ୍ନେୟା କୁମାର ଓ ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦ ତଥା ଅନିର୍ବାଣ ଭଟ୍ଟାଚାର୍ଯ୍ୟ ସମେତ ଅନ୍ୟ ଲୋକଙ୍କ ବିରୋଧରେ ଅଦାଲତରେ ଜାନୁଆରି ୧୪ରେ ଅଭିଯୋଗପତ୍ର ଦାଖଲ କରିଛି। ପୁଲିସ କହିଛି କି ୨୦୧୬ ଜାନୁଆରି ୯ରେ କହ୍ନେୟା କୁମାର ଜେଏନ୍‌ୟୁ ପରିସରରେ ଆୟୋଜିତ ଏକ ସମାରୋହରେ ଦେଶଦ୍ରୋହ ଶ୍ଲୋଗାନକୁ ସମର୍ଥନ ଜଣାଇ ଏକ ଶୋଭାଯାତ୍ରା ବାହାର କରିଥିଲା।

ସମ୍ବନ୍ଧିତ ଖବର