ଜେଏନ୍‌ୟୁ ଦେଶର ଶୀର୍ଷ ବିଶ୍ୱବିଦ୍ୟାଳୟ: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ : ୟୁପିଏସ୍‌ସିର ଆଇଇଏସ୍‌ ପରୀକ୍ଷାରେ ସମଗ୍ର ଦେଶର ୩୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮ ଜଣ ଛାତ୍ରଛାତ୍ରୀ କେବଳ ଜେଏନ୍‌ୟୁରୁ ଥିଲେ। ଏହା ପ୍ରମାଣ କରିଛି, ଜେଏନ୍‌ୟୁ ଦେଶର ଶୀର୍ଷ ବିଶ୍ବବିଦ୍ୟାଳୟ। ଏଭଳି ଟ୍ବିଟ୍‌ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‌। ସେ କହିଛନ୍ତି ଯେ, ଶିକ୍ଷା ଗବେଷଣା କ୍ଷେତ୍ରରେ ଜେଏନ୍‌ୟୁ ଦେଶର ସର୍ବଶ୍ରେଷ୍ଠ ବିଶ୍ବବିଦ୍ୟାଳୟ। ଏଣୁ ଜେଏନ୍‌ୟୁରେ ଶିକ୍ଷାଦାନ ହେଉନାହିଁ ବୋଲି ହେଉଥିବା ଅଭିଯୋଗ ଭିତ୍ତିହୀନ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର