ଜେଏନ୍‌ୟୁ ହିଂସା: ହ୍ବାଟ୍ସଆପ୍‌ ଗ୍ରୁପ୍‌ ସଦସ୍ୟଙ୍କ ଫୋନ୍‌ ଜବତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜେଏନ୍‌ୟୁ ହିଂସା ଘଟଣାରେ ସମ୍ପୃକ୍ତି ଥିବା ନେଇ ଦୁଇଟି ହ୍ବାଟ୍ସଆପ୍‌ ଗ୍ରୁପ୍‌ର ସଦସ୍ୟମାନଙ୍କ ଫୋନ୍‌ ଜବତ କରିବାପାଇଁ ଦିଲ୍ଲୀ ହାଇକୋର୍ଟ ଆଜି ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଟି ହ୍ବାଟ୍ସଆପ୍‌ ଗ୍ରୁପ୍‌ ‘ଫ୍ରେଣ୍ଡ୍‌ସ ଅଫ୍‌ ଆରଏସଏସ୍‌’ ଏବଂ ‘ୟୁନିଟି ଏଗେନ୍‌ଷ୍ଟ ଲେଫ୍ଟ’ର ସମସ୍ତ ସଦସ୍ୟଙ୍କୁ ସମନ୍‌ ପାଇଁ କୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନୋଟିସ୍‌ କ୍ରମେ ହ୍ବାଟ୍ସଆପ୍‌ ପକ୍ଷରୁ କୋର୍ଟରେ ଜବାବ ରଖି କୁହାଯାଇଥିଲା ଯେ ସେମାନେ ସର୍ଭର୍‌ରେ ମେସେଜ୍‌ ‌ଷ୍ଟୋର୍‌ କରିନାହାନ୍ତ। କିନ୍ତୁ ଏହାକୁ ୟୁଜରଙ୍କ ଫୋନ୍‌ ଆ‌ଣି ପୁନର୍ବାର କଢ଼ା ଯାଇପାରିବ। ହ୍ବାଟ୍ସଆପ୍‌ର ଉତ୍ତର ଆସିବାପରେ କୋର୍ଟ ଦିଲ୍ଲୀ ପୁଲିସକୁ ସମସ୍ତ ସଦସ୍ୟଙ୍କ ଫୋନ୍‌ ଜବତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ‌ସେହିପରି ଦିଲ୍ଲୀ ପୁଲିସ ଦ୍ବାରା ମଗାଯାଇଥିବା ସିସିଟିଭି ଫୁଟେଜ୍‌ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦେବାପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର