ଦିଲ୍ଲୀ ପୁଲିସ ସନ୍ଦିଗ୍ଧ ବୋଲି କହିବା ପରେ ପ୍ରତିକ୍ରିୟ‌ା ରଖିଲେ ଐଶୀ ଘୋଷ: କଥାରେ କହିଦେଲେ କେହି ସନ୍ଦିଗ୍ଧ ହୋଇଯିବ ନାହିଁ, ପ୍ରମାଣ ଥିବା ଦରକାର

ନୂଆଦିଲ୍ଲୀ:  ଜେଏନୟୁ କ୍ୟାମ୍ପସ ଭିତରେ ହୋଇଥିବା ହିଂସାକାଣ୍ଡ ଘଟଣାର ତଦନ୍ତ କରି ଶୁକ୍ରବାର ପୁଲିସ ୯ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି। ଏଥିରେ ଜେଏନୟୁ ଛାତ୍ର ସଂଘର ଅଧ୍ୟକ୍ଷା ଐଶୀ ଘୋଷଙ୍କ ନାମ ମଧ୍ୟ ସାମିଲ ଅଛି । ସନ୍ଦିଗ୍ଧଙ୍କ ମଧ୍ୟରେ ନିଜର ନାଁ ଦେଖି ପ୍ରତିକ୍ରିୟା ରଖିଛନ୍ତି ଐଶୀ ।

ଶୁକ୍ରବାର ସେ କହିଛନ୍ତି, ‘ତଦନ୍ତରେ କୌଣସି ପକ୍ଷପାତିତା ହେବ ନାହିଁ ବୋଲି ମୋର ବିଶ୍ବାସ। ମୋର  ଦେଶର ଆଇନ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଭରସା ରହିଛି। ମୋତେ ନ୍ୟାୟ ମିଳିବ। କିନ୍ତୁ ଦିଲ୍ଲୀ ପୁଲିସ ଏଭଳି ପକ୍ଷପାତ କାହିଁକି କରୁଛି? ମୁଁ ମାରପିଟ୍ କରିନାହିଁ। ଏମିତି କି ମୋ ଉପରେ ହୋଇଥିବା ଆକ୍ରମଣର ଅଭିଯୋଗ ମୁଁ କରିଥିଲେ ମଧ୍ୟ ଏ ନେଇ ଏତଲା ଲେଖି ନଥିବା ବେଳେ ଘଟଣାକୁ ନୂଆ ମୋଡ଼ ଦେବା ପାଇଁ ମୋ ନାଁ ଅଭିଯୁକ୍ତ ତାଲିକାରେ ସାମିଲ କରାଯାଇଛି। ଆମେ ଦିଲ୍ଲୀ ପୁଲିସକୁ ଡ଼ରୁ ନାହୁଁ। ଆମେ ଆଇନ ସହ ଠିଆ ହେବୁ ଏବଂ ଶାନ୍ତି ଶୃଙ୍ଖଳାର ସହ ଆମ ଆନ୍ଦୋଳନକୁ ଆଗକୁ ବଢ଼ାଇବୁ। ଆମକୁ ନିଶ୍ଚୟ ନ୍ୟାୟ ମିଳିବ, ସେ ଭରସା ଆମର ରହିଛି।’

Image result for jnusu-president-aishe-ghosh-delhi-police-jnu-violence
India.com

ଭାଇରାଲ ହୋଇଥିବା ଭିଡିଓରେ ମୁଁ ଅଛି ସତ, କିନ୍ତୁ ମୁଁ ହିଂସା କରିନାହିଁ। ଯିଏ ବି ଭିଡିଓରେ ନଜର ଆସୁଛି, ପୁଲିସ ତାକୁ ସନ୍ଦିଗ୍ଧ ବୋଲି କହୁଛି। କ’ଣ ଜେଏନୟୁ ପରିସର ଭିତରେ ବୁଲିବା ପାପ? ‌ମୋ ଉପରେ ହୋଇଥିବା ଆକ୍ରମଣର ବିଚାର କରିବା ପରିବ‌ର୍ତ୍ତେ ପୁଲିସ ମୋତେ ହିଁ ଦୋଷୀ ସାବ୍ୟସ୍ତ କରିବା‌ରେ ଲାଗି ପଡ଼ିଛି। ଦିଲ୍ଲୀ ପୁଲିସ ନିଜର ତଦନ୍ତ କରୁ, ମୁଁ ମଧ୍ୟ ମୋ ଉପରେ ହୋଇଥିବା ଆକ୍ରମଣର ପ୍ରମାଣ ଦେବା ସହ ନିର୍ଦ୍ଦୋଷ ହେବାର ପ୍ରମାଣ ଦେବି।

ସମ୍ବନ୍ଧିତ ଖବର