ରାଷ୍ଟ୍ରପତି ହେବା ପୂର୍ବରୁ ୱାଇଡ଼ନ ଦେଲେ କାଶ୍ମୀର ବିରୋଧୀ ମନ୍ତବ୍ୟ

ନ୍ୟୁୟର୍କ: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଦୋୖଡରେ ଅଗ୍ରଣୀ ଥିବା ୱାଇଡ଼ନ କାଶ୍ମୀର ଏବଂ ନାଗରିକତା (ସଂଶୋଧନ) ଅଧିନିୟମ ବିଷୟରେ ଭାରତ ବିରୋଧୀ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ କାଶ୍ମୀରବାସୀଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ଭାରତ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍। ନାଗରିକତା (ସଂଶୋଧନ) ଅଧିନିୟମ ଏବଂ ଆସାମରେ ଏନଆରସି ର କାର୍ଯ୍ୟକାରିତାକୁ ନେଇ ୱାଇଡ଼ନ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

photo-the philadelphia inquirer

ୱାଇଡ଼ନଙ୍କ କ୍ୟାମ୍ପେନ ୱେବସାଇଟରେ ‘ମୁସଲିମ ଆମେରିକୀୟ ସମ୍ପ୍ରଦାୟ ପାଇଁ ଏଜେଣ୍ଡା’ ଶୀର୍ଷକରେ ପ୍ରକାଶିତ ପଲିସୀରେ ଦର୍ଶାଯାଇଛି ଯେ ନାଗରିକତ୍ୱ (ସଂଶୋଧନ ଆଇନ) ) ଏବଂ ଏନଆରସି ପରି ପଦକ୍ଷେପ ଭାରତୀୟ ଗଣତନ୍ତ୍ରର ଧର୍ମନିରପେକ୍ଷତାର ବିରୁଦ୍ଧ ଅଟେ। ତେବେ ଏହାକୁ ନେଇ ହିନ୍ଦୁ-ଆମେରିକୀୟ ସମୁଦାୟ ବିରୋଧ କରିଛି |

ୱାଇଡ଼ନଙ୍କ କ୍ୟାମ୍ପେନ ୱେବସାଇଟ କହିଛି ଯେ “କାଶ୍ମୀରରେ ଭାରତ ସରକାର କାଶ୍ମୀରବାସୀଙ୍କ ଅଧିକାର ଫେରାଇବା ପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ। ଅସନ୍ତୋଷକୁ ଦମନ କରିବା, ବିରୋଧକୁ ରୋକିବା କିମ୍ବା ଇଣ୍ଟରନେଟ୍ ବନ୍ଦ କରିବା ଦ୍ୱାରା ଗଣତନ୍ତ୍ର ଦୁର୍ବଳ ହୋଇଯାଇଥାଏ” ।

ସମ୍ବନ୍ଧିତ ଖବର